/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646293592.jpg)
Barabati Stadium
ଆସନ୍ତା ଜୁନ୍ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଏହି ମ୍ୟାଚ୍। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।
ଜୁନ୍ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ। ତେବେ ବାରବାଟରେ କେଉଁ ଟି-୨୦ ମ୍ୟାଚ୍ ଖେଳାଯିବ, ସେନେଇ OCA କିଛି ସ୍ପଷ୍ଟ କରିନି।
ଚଳିତ ବର୍ଷ ଫେବୃଆରୀରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳା ଯିବାର ଥିଲା। ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ମ୍ୟାଚ୍ ହେବାର ଥିଲା। ତେବେ କୋଭିଡ୍ ପାଇଁ ମ୍ୟାଚ୍ ଖେଳା ଯାଇନଥିଲା। ଏହାପରେ BCCI ବାୟୋ ବବଲ୍ ମଧ୍ୟରେ ଅହମଦାବାଦ ଓ କୋଲକାତାରେ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତ୍ତି ନେଇଥିଲା। ତେବେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ BCCI, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍କୁ ଆଶ୍ୱାସନା ଦେଇଥିଲା।
ସୂଚନାଥାଉ କି, ୨୦୧୫ରେ ବାରବାଟୀ ଷ୍ଟାଡିୟମରେ ଟି-୨୦ ସିରିଜ୍ ଖେଳା ଯାଇଥିଲା। ଟିମ୍ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍ ହୋଇଥିଲା ଓ ଏଥିରେ ଦକ୍ଷିଣ ଆଫ୍ରିକା ବିଜୟ ଲାଭ କରିଥିଲା। ଫଳରେ ଭାରତୀୟ ପ୍ରଶଂସକମାନେ ଏଥିରେ ରାଗି ହଙ୍ଗାମା କରିଥିଲେ। ବୋତଲ ଫିଙ୍ଗିବା ସହ ଗଣ୍ଡଗୋଳ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)