Advertisment

ପୁଅ ଓକିଲ, ବାପା ଚୋର...

ଆଉ ଚୋରି କରିବେନି ବୋଲି ଶପଥ ନେଇଥିଲେ। ହେଲେ ଶପଥ ଭାଙ୍ଗି ପୁଣି ଚୋରି କଲେ। ଆଉ ସବୁଥର ଭଳି ଏଥର ମଧ୍ୟ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି।

author-image
Rajalaxmi Sahoo
Lootera Arrested In Cuttack

Lootera Arrested In Cuttack

ଆଉ ଚୋରି କରିବେନି ବୋଲି ଶପଥ ନେଇଥିଲେ। ହେଲେ ଶପଥ ଭାଙ୍ଗି ପୁଣି ଚୋରି କଲେ। ଆଉ ସବୁଥର ଭଳି ଏଥର ମଧ୍ୟ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। ୧୯୮୬ ମସିହାରୁ ଚୋରି କରି ଆସୁଥିବା କୁଖ୍ୟାତ ଲୁଟେରା ହେମନ୍ତ ଦାସ ଏଥର କଟକରେ ଲୁଟ୍‌ କରି ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। 

Advertisment

କଟକ ବିକାଶ ନଗରରେ ଲୁଟ୍‌ କରି ଭୁବନେଶ୍ୱର ହାଟସାହିର ହେମନ୍ତ ଦାସ ଗିରଫ ହୋଇଛନ୍ତି। ତାଙ୍କ ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ସେ ସାରା ଦେଶରେ ବିଭିନ୍ନ ସହରରେ ଚୋରି କରିଛନ୍ତି। ଏଯାବତ୍‌ ୨ଶହରୁ ଅଧିକ ଚୋରି ଲୁଟେରା ହେମନ୍ତ କହିଛନ୍ତି। ତାଙ୍କ ପୁଅ ଜଣେ ଓକିଲ। ପୁଅ ଓକିଲ, ହେଲେ ବାପା ବାରମ୍ବାର ଏଭଳି ଚୋରି କରି ପୋଲିସ୍‌ ହାତରେ ଧରାପଡ଼ିବା ନେଇ ଚର୍ଚ୍ଚା ହେଉଛି। 

ସୂଚନା ଅନୁସାରେ, ଗତ ୨୯ ତାରିଖରେ କଟକ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ହେମନ୍ତ ଲୁଟ୍‌ କରିଥିଲେ। ସେଠାରୁ ସେ ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୬୦ ଗ୍ରାମ ଚୋରି ସୁନା ଟଙ୍କା ଜବତ କରିଥିଲା। ଏହାସହ ହେମନ୍ତ ଓ ଚୋରି ସୁନା କିଣିଥିବା ବୈଦ୍ୟନାଥ ସାହୁଙ୍କୁ ଗିରଫ କରିଥିଲା। 

Advertisment

ବାରମ୍ବାର ଚୋରି କରି ପୋଲିସ୍‌ ହାତରେ ଧରାପଡ଼ୁଥିବା ଲୁଟେରା ହେମନ୍ତ କହିଛନ୍ତି, ‘ପୂର୍ବରୁ ମୁଁ ଡ୍ରାଇଭର ଥିଲି। ୧୯୮୬ ମସିହାରୁ ଚୋଣି କରୁଛି। ଲୁହା ରଡ୍‌ ସାହାଯ୍ୟରେ ଚୋରି କରେ। ମୁଁ ଚୋରି କରୁଛି, ଆଗକୁ ବି ଚୋରି କରିବି। ସାରା ଦେଶରେ ବିଭିନ୍ନ ସହରରେ ମୁଁ ଚୋରି କରିଛି। ଭବିଷ୍ୟତରେ କେବେ ବଦଳିବିନ ନାହିଁ। ଆଗକୁ ମଧ୍ୟ ଚୋରି କରିବି।’

ହେମନ୍ତ ଆହୁରି କହିଛନ୍ତି, ‘ଚାପରେ ପଡ଼ି ଚୋରି କରୁଛି, ପୁଣି ଚୋରି କରିବି। ଆରମ୍ଭରୁ ଚୋରି କରି ବରବାଦ୍‌ ହୋଇଯାଇଛି। ଏବେ ଆଉ ଚାହିଁଲେ ବି ସୁଧୁରି ପାରିବିନି। ଚୋରି ନକରିବା ପାଇଁ ପୁଅ ବହୁତ ବୁଝାଇଛି। ଏଥର ସେ ସୁଇସାଇଡ୍‌ କରିବ ବୋଲି କହିଛି।’

ସୂଚନାଥାଉ କି, ଗତବର୍ଷ ସେପ୍ଟେମ୍ବରରେ ପେଷାଦାର ଲୁଟେରା ହେମନ୍ତକୁ  ଚନ୍ଦ୍ରଶେଖରପୁର ପୋଲିସ୍‌ ଗିରଫ କରିଥିଲା। ଏହାପରେ ତାଙ୍କୁ ଜାମିନ ମିଳିଥିଲା। ସେହି ସମୟରେ ସେ ଆଉ ଚୋରି କରିବିନି ବୋଲି କହିଥିଲେ। ହେଲେ ଏବେ ପୁଣି ଚୋରି କରି ସେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। 

Loot Lootera Arrested In Cuttack
Advertisment
Advertisment