Advertisment

ନିର୍ବାଚନ ପ୍ରଚାର ବେଳେ ପ୍ରଭାତ ବିଶ୍ୱାଳ ହଟହଟା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former MLA Pravat Biswal Faces Wrath Of People

Former MLA Pravat Biswal Faces Wrath Of People

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। ଚୌଦ୍ୱାର ବାଣୀପଦା ପଞ୍ଚାୟତରେ ପ୍ରଭାତ ବିଶ୍ୱାଳଙ୍କୁ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି।

Advertisment

ସୂଚନାଥାଉ କି, ପ୍ରଭାତ ବିଶ୍ୱାଳ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟଙ୍କ ପାଇଁ ଭୋଟ୍ ମାଗିବାକୁ ଯାଇଥିଲେ। ମାତ୍ର ପଞ୍ଚାୟତରେ କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଗାଁରେ ନାନା ସମସ୍ୟା ଲାଗି ରହିଥିବା ବେଳେ ଲୋକେ ବାତ୍ୟା ‘ଫନି’ ସହାୟତା ଟଙ୍କା ମଧ୍ୟ ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ପୂର୍ବତନ ବିଧାୟକ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Odisha Panchayat Polls Odisha Panchayat Elections Former MLA Pravat Biswal
Advertisment
Advertisment