/odishatv-khabar/media/post_attachments/uploadimage/library/16_9/16_9_0/____1697512031.jpg)
1 dead after vehicle falls 30 feet down off bridge in Boudh
ପୂଜା ଚାନ୍ଦା ହେଲା କାଳ ! ସେତୁ ଉପରୁ ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍ । ଖୋଦ୍ ଗାଡ଼ି ଡ୍ରାଇଭର ଆଣିଛନ୍ତି ଏଭଳି ଅଭିଯୋଗ । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ।
ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ଡ୍ରାଇଭର ଏବେ ଭୟଭୀତ ଅବସ୍ଥାରେ ତାଙ୍କୁ ରକ୍ଷା କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଡ୍ରାଇଭର ଜଣକ କହିଛନ୍ତି ଯେ, ହାଟ ଗାଁ ସେତୁ ପାରି ହେଉଥିବା ବେଳେ କିଛି ଲୋକ ତାଙ୍କୁ ପୂଜା ଚାନ୍ଦା ମାଗିବା ପାଇଁ ଅଟକାଇ ଥିଲେ । ସେ ଗାଡ଼ିକୁ ହଠାତ୍ ଅଟକାଇବାକୁ ପ୍ରୟାସ କରିବାରୁ ଭାରସାମ୍ୟ ହରାଇ ସେତୁ ଉପରୁ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲା ବୋଲି ଡ୍ରାଇଭର କହିଛନ୍ତି ।
ଦୁର୍ଘଟଣାରେ ଗାଡ଼ିରେ ବସିଥିବା ମାଲିକଙ୍କ ନିଜ ଶାଳକ ତଥା ଆଠମଲ୍ଲିକ ଅଇଡା ପଞ୍ଚାୟତ ଅନ୍ତର୍ଗତ ବଡ଼ବନ୍ଦ ଗାଁର ଟୁନା ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)