Advertisment

ମାନିଲେନି ନିୟମ; ରାଜନୈତିକ ରାଲିରେ ସାମିଲ ହୋଇ ନିଲମ୍ୱିତ ହେଲେ କିରାଣୀ

କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ବିଜେଡି ସଭାରେ ଚମ୍ପେଶ୍ବର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧିଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Govt clerk suspended for attending poll rally

Clerk-gets-suspended

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ପୁଣି ଜଣେ କିରାଣୀ ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ତଦନ୍ତ ପରେ ତାଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ।

Advertisment

ବାରମ୍ବାର ତାଗିଦ ସତ୍ତ୍ବେ ବୌଦ୍ଧ ଜିଲ୍ଲାରେ ଜଣଙ୍କ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ ରାଲି ଓ କାର୍ଯ୍ୟକ୍ରମ ଆଦିରେ ସାମିଲ ହେଉଥିବା ଦେଖାଯାଉଛି । ପୂର୍ବରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଥିଲା । ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ, କେଲାକଟାକୁ ବଦଳି କରାଯାଇଛି।

ଅଧିକ ପଢ଼ନ୍ତୁ: ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ! ଖରାରେ ଜରି ପାଲ ଘୋଡ଼ାଇ ଚାଲିଗଲେ ନେତା

Advertisment

ସେହିପରି ଗତ ଏପ୍ରିଲ ୧୩ରେ ବୌଦ୍ଧର ଆଉଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଥିଲା। ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l ତଦନ୍ତ ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଥିଲେ।

କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ବିଜେଡି ସଭାରେ ଚମ୍ପେଶ୍ବର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧିଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ଉପଜିଲ୍ଲାପାଳ ନିର୍ବାଚନ ଅଧିକାରୀ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି। ଏନେଇ ପ୍ରତିକ୍ରିୟା ରଖି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କଥା ସ୍ବୀକାର କରିଛନ୍ତି ସଂପୃକ୍ତ ଅଧ୍ୟାପକ।

ଆଗକୁ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହାର ଉଲ୍ଲଂଘନ ହେଲେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସରକାରୀ କର୍ମଚାରୀ ଓ ଅଧିକାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ । ତେବେ ଏହାର ଉଲ୍ଲଂଘନ କରିବା ଅଭିଯୋଗରେ ଜଣେ ସରକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଅଧିକାରୀ।

BJD Odisha Politics Clerks
Advertisment
Advertisment