/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705236840.jpg)
Baijayant Panda
ବୌଦ୍ଧ ଜିଲ୍ଲା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାମଲାଲାଙ୍କ ଆଗମନରେ ସମସ୍ତ ମନ୍ଦିର ଏବଂ ତୀର୍ଥସ୍ଥାନରେ ସ୍ୱଚ୍ଛତା ପାଇଁ ଆଜିଠାରୁ ଏକ ସ୍ୱଚ୍ଛତା ଅଭିଯାନ ବିଜେପି ପକ୍ଷରୁ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛତା ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୁଭାରମ୍ଭ କରିଛନ୍ତି ।
ମାଉଲ୍ ସିଙ୍ଗା ପଡିଆରେ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ ବୈଜୟନ୍ତ ପଣ୍ଡା । ବୌଦ୍ଧ ମହାନଦୀ ଆଳତି ଘାଟ ସହିତ ଐତିହାସିକ ଚନ୍ଦ୍ରଚୂଡ଼ ମନ୍ଦିର ପରିସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସମତେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।
ମହାନଦୀ ଆଳତି ଘାଟରେ ସଫେଇ ସହ ଚନ୍ଦ୍ରଚୁଡ ମନ୍ଦିର ଦୀର୍ଘ ଏକ ଘଣ୍ଟା ଧରି ସଫା କରିଥିଲେ ବୈଜୟନ୍ତ । ତେବେ ଆଗାମୀ ୨୨ତାରିଖ ଦିନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ସମସ୍ତ ସେହି ଦିନ ନିଜ ଘର ବାହାରେ ୫ଟି ଦୀପ ଏବଂ ହନୁମାନ ଚାଳିଶା ପାଠ କରିବାକୁ ଅନୁରୋଧ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)