Advertisment

୨୪ ରେ ଖସିଯିବନି ତ ବିଜେଡିର ୨୦ ବର୍ଷର ଆସନ; ବଦଳିବ କି ବୌଦ୍ଧର ରାଜନୈତିକ ଗଣିତ ?

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।

author-image
Manoranjan Behera
Boudh Politics

Boudh Politics

ବିଜେଡି ଦ୍ୱାରା ୨୦ ବର୍ଷ ଧରି ଶାସିତ ହୋଇ ଆସୁଥିବା ବିଧାନସଭା ନିର୍ବାଚନମଣ୍ଡଳୀ ବୌଦ୍ଧ। ଏଠିକା ଲୋକଙ୍କୁ ନିରବଚ୍ଛିନ୍ନ ନେତୃତ୍ୱ ଦେଇ ଆସୁଛନ୍ତି ବିଜେଡିର କ୍ଲିନ୍ ଇମେଜ୍ ନେତା ପ୍ରଦୀପ ଅମାତ। ତାଙ୍କ ବ୍ୟତୀତ ବୌଦ୍ଧର ଜନତା ଆଉ କାହାକୁ ବାଛୁ ନଥିବା ବେଳେ ଗତଥର ମାତ୍ର ୧୦ ହଜାର ଭୋଟରେ ପଛୁଆ ରହି ହାରିଥିଲା ବିଜେପି। ତେଣୁ ଏଥର କଣ ହେବ ଫଳାଫଳ। ବଦଳିବ କି ବୌଦ୍ଧର ରାଜନୈତିକ ଦୃଶ୍ୟପଟ୍ଟ।

Advertisment

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍। ୨୦୦୦ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ପ୍ରଦୀପ ୨୦୦୪ରେ ବିଜେଡିରେ ଯୋଗଦେଇ କ୍ରମାଗତ ଭାବେ ଜିତି ଆସୁଛନ୍ତି। ବିଧାନସଭାର ବାଚସ୍ପତି ଓ ରାଜ୍ୟ ମନ୍ତ୍ରୀମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି। ବୌଦ୍ଧରେ ସେ ଏବେ ସର୍ବମାନ୍ୟ ନେତା। ଲଗାତର ୫ ଥର ଜିତିବାର ରେକର୍ଡ କରିଛନ୍ତି। ପୁଣି ଏବେ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି।

୨୦୧୯ରେ ସେ ୬୧୫୩୬ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନଙ୍କୁ ମିଳିଥିଲା ୫୧୦୮୮ ଭୋଟ। ପ୍ରଦୀପ ପ୍ରାୟ ୫୦ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ଏଥର ବି ସେ ଧରିପାରନ୍ତି ବିଜେଡିର ମଙ୍ଗ। କିନ୍ତୁ ଆଗରୁ ଅପ୍ରତିନ୍ଦ୍ୱନ୍ଦ୍ୱୀ ଥିବା ପ୍ରଦୀପଙ୍କ ସହ ଟିକେଟ ପାଇଁ ଆଶାୟୀ ଅଛନ୍ତି ବୌଦ୍ଧ ଏନଏସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଆଶାୟୀ ଥିବା ଚର୍ଚ୍ଚା ହେଉଛି।

Advertisment

ନିର୍ବାଚନ ମଣ୍ଡଳୀରେ ପ୍ରଦୀପ ଅମାତଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ବିଜେପି ନେତା ସୁଶାନ୍ତ ପ୍ରଧାନ। ୨୦୧୯ରେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରାୟ ୧୦,୪୪୮ ଭୋଟ ଭୋଟରେ ପରାସ୍ତ ହୋଇଥିଲେ। ୨୦୧୪ରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ସୁଶାନ୍ତ ୧୧,୧୪୮ ଖଣ୍ଡ ଭୋଟରେ ପରାଜୟ ସ୍ୱୀକାର କରିଥିଲେ। ୨୦୦୯ରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ହୋଇ ସୁଶାନ୍ତ ୨୧୨୩୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।

ସୁଶାନ୍ତ ଏଥର ବି ବିଜେପି ଟିକେଟ୍ ପାଇଁ ଆଶାୟୀ। ହେଲେ ବିଜେପି ଟିକେଟ୍ ଦୌଡରେ ସାମିଲ ହୋଇଛନ୍ତି ସୁଶାନ୍ତଙ୍କ ସାନ ଭାଇ ତଥା  ହରଭଙ୍ଗା ବ୍ଲକର ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ସମାଜସେବୀ  ବିକାଶ ମହାକୁଡ଼, ଚାଷୀ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ, ଆଡଭୋକେଟ୍ ହଜାରୀ ରାଉତ। ବିଜେପି ଏବେ ପୂର୍ବାପେକ୍ଷା ଭଲ ସ୍ଥିତିରେ ଥିଲେ ବି ଏକଜୁଟ୍ ହୋଇ ରଣାଙ୍ଗନକୁ ଓହ୍ଲାଇବା ଦଳ ପାଇଁ ଅଗ୍ନି ପରୀକ୍ଷା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସର ସ୍ଥିତି ଏଇ ଆସନରେ ବି ଭଲ ନାହିଁ। ଗତଥର ମେଣ୍ଟ କାରଣରୁ ଏଠି ସିପିଆଇକୁ ସମର୍ଥନ କରିଥିଲା କଂଗ୍ରେସ। କିନ୍ତୁ ଏଥର କଂଗ୍ରେସର ନବନିଯୁକ୍ତ ଜିଲ୍ଲା ସଭାପତି ନବ ମିଶ୍ର ପ୍ରାର୍ଥୀ ହେବାକୁ ଆଶାୟୀ। ତାଙ୍କର ନିର୍ମଳ ଭାବମୂର୍ତ୍ତି କଂଗ୍ରେସକୁ ସଂଗଠିତ କରିବାରେ ସହାୟକ ହୋଇପାରେ। କଂଗ୍ରେସରୁ ପ୍ରାର୍ଥୀ ହେବାକୁ ମହିଳା କଂଗ୍ରେସ ନେତ୍ରୀ ବିନ୍ଧାବିନୀ ସାହୁ ଓ ଯୁବନେତା ବଳରାମ ସାହୁ ଅଣ୍ଟା ଭିଡିଛନ୍ତି। କଂଗ୍ରେସ ଭୋଟ ଏଥର ନିର୍ବାଚନରେ ନିର୍ଣ୍ଣାୟକ ହେବ ବୋଲି ଆଲୋଚନା ହେଉଛି।

ବିଜେଡି ଦ୍ବାରା ୨୦ ବର୍ଷ ଧରି ଶାସିତ ଆସନ ବୌଦ୍ଧ
୨୪ ବର୍ଷ ହେବ ନିର୍ବାଚିତ ହେଉଛନ୍ତି ଜଣେ ନେତା
ଷଷ୍ଠ ଥର ଲଢେଇ ପାଇଁ ଆଶାୟୀ ପ୍ରଦୀପ ଅମାତ
ଏଥର ସହଜ ହୋଇନପାରେ ପ୍ରଦୀପଙ୍କ ବିଜୟ 

BJD BJP Congress Odisha Politics General Election 2024
Advertisment
Advertisment