• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଛି ଦିନ ହେଲା ତାତିରୁ ମିଳୁନି ନିସ୍ତାର । ଗ୍ରୀଷ୍ଣପ୍ରବାହ ଯୋଗୁ ଆଉଟୁପାଉଟୁ ଲୋକେ । ଆଜି ପୂର୍ବାହ୍ଣ ସାଢ଼େ ୮ରେ ପାରଦ ୩୮ ଡିଗ୍ରୀ ଟପିଯାଇଛି । ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ତାଳଚେର ୩୭.୮, ବାଲେଶ୍ୱର ୩୬.୬, କେନ୍ଦୁଝର ୩୬.୪ ଡିଗ୍ରୀ, କଟକ ୩୫.୮, ଭଦ୍ରକ ୩୫, ରାଉରକେଲାରେ ତାପମାତ୍ରା ୩୫ ଡିଗ୍ରୀ ରହିଛି ।

ଏପଟେ ଭବାନୀପାଟଣା ୩୪.୮, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୩୪.୬, ହୀରାକୁଦ ୩୪.୪, ଚାନ୍ଦବାଲି ୩୪.୨, ବଲାଙ୍ଗିର ୩୪ ଡିଗ୍ରୀ, କେନ୍ଦ୍ରାପଡା ୩୪ ଏବଂ ଅନୁଗୁଳରେ ତାପମାତ୍ରା ୩୪ ଡିଗ୍ରୀ ରହିଛି । ସିଭିୟର ହିଟ୍ ୱେଭ୍ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକରେ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଟାଇଁ ଟାଇଁ ଖରାରେ ସନ୍ତୁଳି ହେଉଥିବା ଲୋକଙ୍କୁ ଆଜି ବି କଲବଲ କରିବ ତାତି । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା । ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ । ଗତକାଲି ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ, ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ସର୍ବାଧିକ ଉତ୍ତପ୍ତ ସହର ।

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି ଟ୍ୱିନସିଟି ତାତି; କେବେ ଏସିଆ ତ କେବେ ଦେଶରେ ସବୁଠୁ ଉତ୍ତପ୍ତ ସହର

ଏଥିସହ ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ । ଟିଟିଲାଗଡ଼ ୪୩.୫, ଢେଙ୍କାନାଳ ୪୩.୨, ଭବାନୀପାଟଣା ଓ ନୟାଗଡ଼ରେ ୪୩ ଡିଗ୍ରୀ ଥିଲା ତାପମାତ୍ରା । ସେପଟେ ଆଜି ବି ଏଥିରୁ ତ୍ରାହି ମିଳିବାର ନାହିଁ ।

ସିଭିୟର ହିଟୱେଭ ନେଇ ଆଜି ପାଇଁ ପାଇଁ ୯ ଜିଲ୍ଲା ଯଥା ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେପଟେ ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ପବନରେ ଲୋକଙ୍କର ଘର ଆଜବେଷ୍ଟସ ଉଡ଼ିଛି ତ ଆଉ କେଉଁଠି ଭାଙ୍ଗିଛି ବଡ଼ ବଡ଼ ଗଛ । ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି । କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ । ବ୍ୟାପକ କ୍ଷୟକ୍ଷତି ହୋଇଛି । ସେପଟେ ରାୟଗଡ଼ା ଜିଲ୍ଲାରେ ଗତକାଲି ଅପରାହ୍ଣରେ ପ୍ରଭାବ ଦେଖାଇଛି କାଳବୈଶାଖୀ । କଲ୍ୟାଣସିଂହପୁର ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟାଇଛି । ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା ।

ଅଗ୍ନିଶମ ବାହିନୀ ଟିମ୍ ଗଛ କାଟି ରାସ୍ତା ସଫା କରିଥିଲେ । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଧୂଳି ଝଡ଼ ସାଙ୍ଗକୁ ବର୍ଷା ପବନ ଓ କୁଆପଥର ମାଡ଼ ହୋଇଥିଲା । ପତ୍ରପୁର ପଞ୍ଚାୟତର ୪୦ରୁ ଅଧିକ ଆଜବେଷ୍ଟସ ଘର ପ୍ରଭାବିତ ହୋଇଛି । କୁଆପଥର ମାଡ଼ରେ ଭାଙ୍ଗିଛି ଆଜବେଷ୍ଟସ । ତେବେ ଏନେଇ କ୍ଷତିପୂରଣ ଦାବି କରିଛନ୍ତି ଲୋକେ ।

ତଥାପି ତାତି କମିବାର ନାଁ ଧରୁନାହିଁ । କେବେ ଏସିଆରେ ତ ଆଉ କେବେ ସାରା ଦେଶରେ..ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ରାଜଧାନୀ ଭୁବନେଶ୍ୱରର ତାତି । କେବଳ ଭୁବନେଶ୍ୱର କାହିଁକି, ଜଳୁଛି କଟକ ସହର । ଗତ ୩ ଦିନ ହେଲା ପାଣିପାଗ ବିଭାଗର ରେଡ୍ ଆଲର୍ଟରେ ଟ୍ୱିନସିଟି । ଛଟପଟ ହେଉଛନ୍ତି ଦୁଇ ମହାନଗରୀର ଜନତା ।