Advertisment

ବୌଦ୍ଧରେ କମ୍ବିଂ ଅପରେସନ,ଟଳିଲେ ୨ ମାଓବାଦୀ

ବୌଦ୍ଧରେ ଟଳିଲେ ୨ ମାଓବାଦୀ! ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ।

author-image
Pallipuspa Samal
ଅଦ୍ୟତନ ହୋଇଛି
Maoist Killed in Combing operation

Maoist insurgency

ବୌଦ୍ଧରେ ବଡ଼ଧରଣର କମ୍ବିଂ। କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର। ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପଢ଼େଲ ଡ୍ୟାମ୍ ନିକଟରେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ମିଳିଥିବା ସୂଚନା ମୁତାବକ, ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା।

Advertisment

ଏହାପରେ ଏସଓଜି ଯବାନଙ୍କ ଦ୍ବାରା କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ଫୋର୍ସକୁ ଦେଖି ନକ୍ସଲ ଅତର୍କିତ ଗୁଳିମାଡ଼ କରିଥିଲେ। ଯାହାର କଡ଼ା ଜବାବ ଦେଇଛନ୍ତି ଯବାନ। ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। ତାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି। ଘଟଣା ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି

ଅଧିକ ପଢ଼ନ୍ତୁ: ଯବାନ ପିନ୍ଧିବେ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍; ଭେଦ କରିପାରିବନି ଗୁଳି

Advertisment

କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ବଡ଼ ଧରଣର କମ୍ବି ଅପରେସନରେ ୨୯ ନକ୍ସଲ ସଫା ହୋଇ ଯାଇଥିଲେ। ଏହାପରେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବହୁ ନକ୍ସଲ ଓଡ଼ିଶାମୁହାଁ ହୋଇଥିବା ସୂଚନା ମିଳିଥିଲା। ତେଣୁ ଓଡ଼ିଶା ସୀମାରେ ଚେକିଂ,ବ୍ଲକିଂ, କମ୍ବିକୁ ଜୋରଦାର କରାଯାଇଛି।

ସବୁଠୁ ବଡ଼ କଥା ହେଲା ମେ’୧୩ ତାରିଖରୁ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବ। ଆଉ ଏହାର ଦିନ କେଇଟା ପୂର୍ବରୁ ଏହି ମାଓ ଅପରେସନ୍ ହୋଇଛି।ଏହି ଘଟଣା ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ଆଗକୁ ନିର୍ବାଚନ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ କମ୍ବିଂକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

Maoists Combing Operation
Advertisment
Advertisment