ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ସିରିଜ୍ ବୋମାମାଡ଼ ହୋଇଛି । କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ବରହମପୁର ଗଳିରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ପୋଲିସ୍।
ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।
ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।
ବଦଳିଲେ ଭରତପୁର ଥାନା ଅଧିକାରୀ । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ବଦଳି ।
ଦାନାପାଣି ଚିନ୍ତାରେ ପ୍ରାୟ ୪୦ ହଜାର ଶ୍ରମିକ ।
ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।
ମୁଖ୍ୟମନ୍ତ୍ରୀ କହିଲେ ସ୍ୱାବଲମ୍ବୀ ହେବେ ରାଜ୍ୟର ମହିଳା । ସବୁ ଯୋଗ୍ୟ ଯେପରି ପାଇବେ, ତାକୁ ଗୁରୁତ୍ବ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।
ଗାଡ଼କଣରେ ପିଏମ୍ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ମୋଦି । କହିଲେ ଆଦିବାସୀ ମାଆଙ୍କ ହାତରୁ କ୍ଷୀରି ଖାଇ ମନେ ପଡ଼ିଲେ ମୋ ମାଆ ।
ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।
ଗାଡ଼କଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ପ୍ରଧାନମନ୍ତ୍ରୀ । ପରେ ପରେ ଗାଡ଼କଣରେ ଖିରୀ ଖାଇଲେ ମୋଦି ।
ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି।
ଚର୍ଚ୍ଚାରେ କ୍ୟାନସର ପୀଡ଼ିତ ଶିଶୁଙ୍କ ସେବା ପାଇଁ ସମର୍ପିତ ସଂସ୍ଥା । ଭୁବନେଶ୍ୱର ଏମସ ନିକଟରେ ଅଛି ସେବା ହୋମ୍ ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ନିଜ ଜନ୍ମ ଦିନରେ ଜନତା ମଇଦାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବାସୀଙ୍କୁ ଭେଟି ଦେବେ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା ।
୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ ।
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ।
ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।
ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।
ନିଜ ସଂସଦୀୟ କ୍ଷେତ୍ରରେ ଅଟକିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା । ଅଟକି ରହିଥିବା ୪ଟି ପ୍ରସ୍ତାବ ସଂପର୍କରେ ଲିଖିତ ଜଣାଇଲେ ଅପରାଜିତା ।
ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ । ଆସନ୍ତାକାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ।
କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।
ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।
୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି ।
ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।