Advertisment

ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି।

author-image
Sonali Ojha
ଅଦ୍ୟତନ ହୋଇଛି
Odisha DGP Orders Crime Branch Probe into Alleged Assault on Army Officer

Odisha DGP Orders Crime Branch Probe into Alleged Assault on Army Officer

ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରି ଲହୁଲୁହାଣ କରିଥିବା ସାଂଘାତିକ ଅଭିଯୋଗ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଗୁରୁବଂଶ ସିଂଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ଜଣାପଡିଛି।

Advertisment

ଅଭିଯୋଗ ଅନୁଯାୟୀ, ଗତ ୧୪ତାରିଖ ରାତିରେ ମେଜର ଗୁରବଂଶ ସିଂ ଏବଂ ତାଙ୍କ ବାନ୍ଧବୀ କାରରେ ଗରକୁ ପେରୁଥିଲେ। ଏହି ସମୟକେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ। ଏହାକୁ ନେଇ ସଂପୃକ୍ତ ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୋଲିସ ଅଭିଯୋଗ ରଖିବା ବଦଳରେ ତାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏଭଳିକି ସେନା ଅଧିକାରୀଙ୍କୁ ଲକ୍ ଅପ୍ ରେ ରାତିତମାମ ରଖିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କ ବାନ୍ଧବୀ ଅଭିଯୋଗ କରିବାରୁ ତାଙ୍କୁ ଉପସ୍ଥିତ ପୋଲିସ ଅଧିକାରୀ ଅର୍ଦ୍ଧନଗ୍ନ କରି ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ପରେ ଭରତପୁର ଥାନା ଆଇଆଇସି ଆସି ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦେଇଥିଲେ।

Advertisment

ଏନେଇ ଖବର ପାଇବା ପରେ ସେନା ଘଟଣାରେ ହସ୍ତକ୍ଷେପ କରିଥିଲା । ସେନାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୋସିଆଲ ମିଡିଆରେ ଟ୍ବିଟ ମଧ୍ୟ କରାଯାଇଥିଲା। ଏହାପରେ ସେନା ଅଧିକାରୀଙ୍କୁ ଛାଡ଼ିବା ସହ ତାଙ୍କ ବାନ୍ଧବୀଙ୍କ ମେଡିକାଲ ଟେଷ୍ଟ କରିଥିଲା ପୋଲିସ । ତେବେ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା। ତେବେ ପୋଲିସ ପୁଣି ଅଲଗା ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ ହୋଇଛି ।

Odisha DGP
Advertisment
Advertisment