/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726489342.jpg)
Reckless Driving Causes Havoc in Bhubaneswar
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ। ଭୁବନେଶ୍ୱର ଜନପଥରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡ଼ାଇ ବେପରୁଆ ଭାବେ ଗାଡି ଚାଳନା କରିଥିଲେ କିଛି ଯୁବକ । ୪ଟି କାର୍ ଧାଡ଼ି ବାନ୍ଧି ରାସ୍ତାରେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଉଥିଲେ । ୪ଟିରୁ ଗୋଟିଏ କାର୍ ଫୁଟ୍ ପାଥ୍ କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା ।
Advertisment
କିଛି ଯୁବକ କାର୍ ସନ୍ ରୁଫ୍ ଖୋଲି ଉପରେ ବସିବା ସହ ଜୋରରେ ଚିତ୍କାର କରି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ୫ ଜଣ ବେପରୁଆ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ୨ଟି କାର୍ ଜବତ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)