• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ଛୁଟି ଘୋଷଣା କରାଯାଇଛି । ୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି । BMC ଅଧୀନ ସରକାରୀ କାର୍ଯ୍ୟାଳୟଗୁଡିକ ପ୍ରଥମାର୍ଦ୍ଧ ଛୁଟି ରହିବ । ସେହିପରି ଦିନ ୨ଟା ଯାଏଁ ଅଫିସ, ରାଜସ୍ବ ଓ ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ। ୧୭ରେ ଜନତା ମଇଦାନରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ଏଯାଏଁ ୫୦ ଲକ୍ଷ ମହିଳା ସୁଭଦ୍ରା ପାଇଁ କଲେଣି ଆବଦେନ । ୧୫ ଯାଏଁ ଅର୍ଥାତ କାଲି ସୁଦ୍ଧା ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି । ଏଣେ ଆସନ୍ତାକାଲି ବାହାରିବ ୧୦ ହଜାର ସୁଭଦ୍ରା ପଦଯାତ୍ରା ।

ବହୁ ପ୍ରତୀକ୍ଷିତ ସୁଭଦ୍ରା ପାଇଁ ବଡ଼ ପ୍ରସ୍ତୁତି । ଉଭୟ ସରକାରୀ ଏବଂ ଦଳ ସ୍ତରରେ ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ଲାଗି ବ୍ୟାପକ କାର୍ଯ୍ୟକ୍ରମ । ଆସନ୍ତାକାଲି ରାଜଧାନୀରୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ହେବ ସୁଭଦ୍ରା ସ୍ୱାଗତ ପଦଯାତ୍ରା । ଯେଉଁଥିରେ SHG ସଦସ୍ୟାମାନେ ସାମିଲ ହେବେ । ସେହିପରି ୧୭ରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଲଞ୍ଚ୍ କରିବା ଦିନ ବି ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ଯାଏଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ଲକ୍ଷେ ମହିଳାଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିବା ବେଳେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମହିଳାଙ୍କୁ ଏକାଠି କରି LED ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ସେହିପରି ପଞ୍ଚାୟତ ସ୍ତରରେ ସୁଭଦ୍ରା ସ୍ୱାଗତ ସପ୍ତାହ ପାଳନ ହେବ । ପ୍ରତି ଅଞ୍ଚଳରେ ଜଣେ ଜଣେ ସଫଳ ମହିଳାଙ୍କୁ ବାଛି ସୁଭଦ୍ରା ଅପାର ଆଖ୍ୟା ଦିଆଯିବ ।

ଅନ୍ୟପଟେ ଆଜିଠୁ ୧୬ ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସେହିପରି ସମସ୍ତ ବିଭାଗର ଚିଠି ଏବଂ ଇ-ମେଲରେ ସୁଭଦ୍ରା ଲୋଗୋ ବ୍ୟବହାର ପାଇଁ ବି ନିର୍ଦ୍ଦେଶ ରହିଛି । ଏହାସହିତ ସବୁ ବିଭାଗର ୱେବସାଇଟ ଓ ପୋର୍ଟାଲ ଏବଂ ଆପରେ ସୁଭଦ୍ରାର ଲିଙ୍କ୍ ପ୍ରଦର୍ଶନ ପାଇଁ କୁହାଯାଇଛି।

 

OTV is now on Whatsapp

Join and get latest news update delivered to you via whatsapp

Join Now