Advertisment

ଗାଡ଼କଣରେ ଖିରୀ ଖାଇଲେ ମୋଦି; ପିଏମ୍ ଆବାସ ହିତାଧୀକାରୀଙ୍କ ସହ କଲେ ଆଲୋଚନା

ଗାଡ଼କଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ପ୍ରଧାନମନ୍ତ୍ରୀ । ପରେ ପରେ ଗାଡ଼କଣରେ ଖିରୀ ଖାଇଲେ ମୋଦି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Prime Minister Narendra Modi arrives at Gadakana village in Bhubaneswar

PM Modi

ଭୁବନେଶ୍ବର ଗାଡ଼କଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଡ଼କଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ । ପରେ ପରେ ଗାଡ଼କଣରେ ଖିରୀ ଖାଇଲେ ମୋଦି । ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣ ଗାଁକୁ ଯାଇଥିଲେ ପ୍ରଧାନମନ୍ତ୍ରୀ।

Advertisment

ଅଧିକ ପଢନ୍ତୁ : ମହିଳାଙ୍କ ପାଇଁ ଖୁସି ଖବର; ଖାତାକୁ ଗଲା ସୁଭଦ୍ରା ଟଙ୍କା

ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିବେ ମୋଦି। ପରେ ପରେ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ। ଏହାବାଦ୍ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ସେହିପରି ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

ଜନତା ମଇଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ପ୍ରବେଶ କରିଛି। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି। ସାଧାରଣ ଦର୍ଶକ ପ୍ରବେଶ ପାଇଁ ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Advertisment

ଅଧିକ ପଢନ୍ତୁ : ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା; ଜାଣନ୍ତୁ କେମିତି ଓ କେଉଁ ପଟେ ଯିବେ....

Narendra Modi PM Modi
Advertisment
Advertisment