/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726627569.jpg)
Bharatpur Police Station Sees Major Reshuffle
ବଦଳିଲେ ଭରତପୁର ଥାନା ଅଧିକାରୀ । ଭରତପୁର ଥାନା ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ବଦଳି କରାଯାଇଛି । ତାଙ୍କ ସମେତ ଜଣେ ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବି ବଦଳି କରାଯାଇଛି । ଭରପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି।
ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ସେମାନଙ୍କୁ ବଦଳି କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ : ବନ୍ୟା ଜଳରେ ବୁଡିଛି ବାଲେଶ୍ୱର, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ
ଭରତପୁର ପୋଲିସ୍ ବିରୋଧରେ ନିଜ ବାନ୍ଧବୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଜଣେ ସ୍ଥଳସେନା ଅଧିକାରୀ ସାଂଘାତିକ ଅଭିଯୋଗ ଆଣିଥିଲେ। ଯାହାର ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ଗିରଫ ପରେ ହାଜତରେ ଥିବା ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ଜାମିନ ଆବେଦନର ଶୁଣାଣି ଆଜି କରିବେ ହାଇକୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)