Advertisment

ପୂରା ହେଲା ପ୍ରତିଶ୍ରୁତି, ଆରମ୍ଭ ହେଲା ସୁଭଦ୍ରା ! ଲାଭବାନ ହେବେ କୋଟିଏରୁ ଅଧିକ ମହିଳା

ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।

author-image
Satyendu Shekher Mishra
undefined

Subhadra Scheme

କଥା ରଖିଲେ ମୋଦି । ମହିଳାଙ୍କୁ ଦେଲେ ସୁଭଦ୍ରା ଭେଟି । ଖେଳିଲା ଖୁସି.. ଉଡ଼ାଣ ଭରିଲା ସ୍ୱାବଲମ୍ବୀ ହେବାର ସ୍ୱପ୍ନ । ଅତୁଲ୍ୟ ଉତ୍ସାହ, ଉଲ୍ଲାସ। ଇଏ ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଜନତା ମୈଦାନରେ ନିଜ ନିଜ ସ୍ୱପ୍ନ ପୂରା ହେଉଥିବାର ଦେଖିବାକୁ ଅପେକ୍ଷାରତ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ରିମୋଟର ବଟନ୍ ଦବେଇ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା। ଏଥିସହ ନିଜ ଜନ୍ମଦିନରେ ୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ନିଜ ହାତରେ ସୁଭଦ୍ରା ଯୋଜନା ବାବଦ ୫୦ ହଜାର ଟଙ୍କାର ଗ୍ୟାରେଣ୍ଟି ପ୍ରଦାନ ସହ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅନ୍ତର୍ଗତ ୧୫ ଲକ୍ଷ ହିତାଧିକାରୀଙ୍କୁ ମଂଜୁରୀପତ୍ର ପ୍ରଦାନ, ୧୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ, ଆବାସ ପ୍ଲସ୍ ଆପ୍, ଆବାସ ଯୋଜନା ସହରୀ ୨.୦ର ଶୁଭାରମ୍ଭ ସହ ନ୍ୟାସନାଲ୍ ହାଇୱେ ପକ୍ଷରୁ ୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପର ଶିଳାନ୍ୟାସ,୨ ହଜାର ୯ ଶହ କୋଟି ଟଙ୍କାର ବିଭିନ୍ନ ରେଲୱେ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ।

Advertisment

ଉଦବୋଧନରେ ନିର୍ବାଚନ ସମୟର ପ୍ରତିଶ୍ରୁତି କଥା ମନେ ପକାଇ କହିଥିଲେ ଯାହା କହିଥିଲୁ ତାହା କରୁଛୁ। ସରକାର ହେବାକ୍ଷଣି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବୁ କହିଥିଲୁ, ଖୋଲିଲୁ। ରତ୍ନ ଭଣ୍ଡାର ଖୋଲିବାକୁ କହିଥିଲୁ, ଖୋଲା ହେଲା। ମଧ୍ୟମବର୍ଗ ଦେଖିଥିବା ସବୁ ସ୍ୱପ୍ନକୁ ପୂରଣ କରାଯିବାକୁ ବିଜେପି ଡବଲ୍ ଇଞ୍ଜିନ ସରକାର ବଦ୍ଧପରିକର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। କେବଳ ସେତିକି ନୁହେଁ ଶହେଦିନ ସରକାରର ସଫଳତା ଗଣାଇ ବିଗତ ୧୦ ବର୍ଷରେ ଓଡିଶାକୁ ଯାହା ମିଳୁଥିଲା ଏବେ ତାଠୁ ଅଧିକ ମିଳିବ ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାରେ କଣ ନାହିଁ ବୋଲି କହି ଏକାଠି ମିଶି ଓଡ଼ିଶାକୁ ସୁନାର ଓଡ଼ିଶା ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ନେଇ ଆଜି ଯେମିତି ଉଠୁଥିଲା ପଡୁଥିଲା ରାଜଧାନୀ। କେଉଁଠି ଜନ୍ମଦିନ ଲଡୁ ବଣ୍ଟା ଚାଲିଥିଲା ତ ଠାଆକୁ ଠାଆ କେଉଁଠି ଚାଲିଥିଲା ପାରମ୍ପରିକ ନୃତ୍ୟ ପ୍ରଦର୍ଶନ। ବର୍ଷା ବି ରୋକିପାରି ନଥିଲା ଲୋକଙ୍କ ଉତ୍ସାହ। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଝଲକ ଟିକକ ପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ଏୟାରପୋର୍ଟରୁ ଗାଡ଼କଣ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱ । ଯାହାର ଫଟୋକୁ ପ୍ରଧାନମନ୍ତ୍ରୀ ବି ନିଜ ସୋସିଆଲ ମିଡିଆ ଆକାଣ୍ଟରେ ପୋଷ୍ଟ କରିଛନ୍ତି।

BJD BJP Congress Odisha Politics Subhadra
Advertisment
Advertisment