• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଗାଡ଼କଣ ଗାଁରେ ମୋଦି । ମାଦଲ ମାଡ଼ରେ କମ୍ପିଲା ଗାଁ । ପିଏମ୍ ଆବାସ ଗୃହ ପ୍ରବେଶ ଉତ୍ସବରେ ହେଲେ ସାମିଲ୍ । SHG ମହିଳାଙ୍କ ସହ ହେଲେ କଥା । ଓଡ଼ିଶା ମାଟିରେ ନିଆରା ଢଙ୍ଗରେ ମୋଦି ନିଜ ଜନ୍ମଦିନକୁ ପାଳନ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଗାଡ଼କଣ ଶବରସାହିକୁ ଆସିଥିଲେ ପ୍ରଧାନମନ୍ତ୍ରୀ। ଗାଁ ମୁଣ୍ଡରୁ ପାରମ୍ପରିକ ନୃତ୍ୟ ବାଦ୍ୟରେ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଗାଁରେ ପାଇ ଗ୍ରାମବାସୀଙ୍କ ଖୁସି କହିଲେ ନସରେ ।

ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ ଗାଡକଣ ଗାଁ ବାସୀ । ଆବାସ ଯୋଜନାରେ ସହାୟତା ପାଇ ପକ୍କା ଘର କରିଥିବା ଅନ୍ତର୍ଯ୍ୟାମୀ ନାୟକଙ୍କୁ ଗୃହ ପ୍ରବେଶ କରାଇଥିଲେ ମୋଦି । ଖାଲି ସେତିକି ନୁହେଁ ଘର ଭିତରକୁ ଯାଇ ଅନ୍ତର୍ଯ୍ୟାମୀଙ୍କ ପରିବାର ବର୍ଗଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଅନ୍ତର୍ଯ୍ୟାମୀଙ୍କ ନାତିକୁ ସ୍ନେହ ମଧ୍ୟ କରିଥିଲେ । ପରେ ନିଜ ଜିନ୍ମଦିନରେ ଅନ୍ତର୍ଯ୍ୟାମୀଙ୍କ ବୋହୁ ସାଧବୀ ପ୍ରସ୍ତୁତ କରିଥିବା କ୍ଷୀରିକୁ ଖାଇ ନିଜ ମାଆଙ୍କ କଥା ମନେ ପକାଇଥିଲେ ।


ଏହାପରେ ମୋଦି SHG ମା ମାନଙ୍କ ସହ ବସି ଗାଁ ଦାଣ୍ଡରେ କଥା ହୋଇଥିଲେ। ମୀନତି ଦେହୁରୀଙ୍କଠାରୁ ଜଗନ୍ନାଥଙ୍କ ଫଟୋ ଚିତ୍ରକୁ ଉପହାର ଭାବେ ଗ୍ରହଣ କରିଥିଲେ । ଏପିରିକି ମୋଦି ମା ମାନଙ୍କ ସହ ଥଟ୍ଟା ପରିହାସ ବି କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ନିଜ ଗାଁ ଦାଣ୍ଡରେ ତାପୁଣି ଏତେ ପାଖରେ ପାଇଁ ମହିଳା ମାନଙ୍କ ଖୁସି କହିଲେ ନସରେ । କାହା ହାତରୁ ଚା ପିଇଲେ ତ ଆଉ କାହାକୁ ଅଟୋଗ୍ରାଫ୍ ଦେଲେ। ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥର ସଠିକ୍ ବିନିଯୋଗ ପାଇଁ ବି ପରାମର୍ଶ ଦେଇଥିଲେ ମୋଦି ।

ମୋଦିଙ୍କ ଗସ୍ତ ପାଇଁ ଗାଡ଼କଣ ଗାଁ ରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିଲା। ତଥାପି ଗାଁ ଆରମ୍ଭରୁ ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ବର୍ଷାରେ ଭିଜି ଛିଡା ହୋଇଥିଲେ । ମୋଦି ବି ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now