Advertisment

ଭୁବନେଶ୍ୱର ପାଇଁ ୪ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ନିଜ ସଂସଦୀୟ କ୍ଷେତ୍ରରେ ଅଟକିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା । ଅଟକି ରହିଥିବା ୪ଟି ପ୍ରସ୍ତାବ ସଂପର୍କରେ ଲିଖିତ ଜଣାଇଲେ ଅପରାଜିତା ।

author-image
Satyendu Shekher Mishra
Aparajita Sarangi

Aparajita Sarangi

ନିଜ ସଂସଦୀୟ କ୍ଷେତ୍ରରେ ଅଟକି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସହରର ଡ୍ରେନେଜ୍ ସମସ୍ୟା ସହ ୪ଟି ପ୍ରସ୍ତାବ ସଂପର୍କରେ ଆଲୋଚନା କରି ଲିଖିତ ଜଣାଇଛନ୍ତି। ଜଟଣୀ ବିଞ୍ଝାଗିରୀରେ ୨୦ ଏକରରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅପ୍ ୟୋଗା ଆଣ୍ଡ ନ୍ୟାଚୁରୋପାଥି ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅପରାଜିତା। ଏହି ପ୍ରତିଷ୍ଠାନ ପାଇଁ କେନ୍ଦ୍ର ଆୟୁଷ ବିଭାଗ ପକ୍ଷରୁ ପୂର୍ବରୁ ଅନୁଦାନ ସହ ଅନୁମୋଦନ ବି ମିଳିସାରିଛି।

Advertisment

ସେହିପରି ଗତ ୧୦ ତାରିଖରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କୁ ଭେଟି ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟ ପ୍ରତିଷ୍ଠା ସଂପର୍କରେ ପ୍ରସ୍ତାବ ବି ରଖିଥିଲେ। ଏହି ପ୍ରସଙ୍ଗରେ ବି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଅପରାଜିତା। ଏହାବ୍ୟତୀତ ଖୋର୍ଦ୍ଧା ସ୍ଥିତ ଉଗ୍ରତାରାଙ୍କ ମନ୍ଦିର ପାଇଁ ଆବଶ୍ୟକ ୨୦ ଏକର ଜମି ଯୋଗାଇ ନଦେବାରୁ କାମ ଅଟକି ରହିଥିବାବେଳେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

ପଳାଶୁଣି ନିକଟରେ ହୋଲସେଲ୍ ମାଛ ମାର୍କେଟ୍ ହୋମ୍ ପାଇଁ ଜମି ଚିହ୍ନଟ ହୋଇଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ଫଳରେ ଅନୁଦାନ ଖର୍ଚ୍ଚ ନହୋଇ ପଡ଼ିରହିଛି । ତେଣୁ ତୁରନ୍ତ ଫାଇନାଲ୍ ଡିପିଆର୍ ପାଇଁ ବିଏମସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସିଏମ୍‌ଙ୍କୁ ଭେଟି ନିବେଦନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ପୂର୍ବ ସରକାରଙ୍କ ଅପାରଗତା ପାଇଁ ଏସବୁ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିଛି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

BJP Aparajita Sarangi Odisha Politics
Advertisment
Advertisment