• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଘର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି ।

ଗୋଲଖ ପ୍ରଶ୍ନ କରିଛନ୍ତି ଯେ, ଯଦି ଆନ୍ତରିକତା ଥିଲା ତେବେ ମୁଖ୍ୟମନ୍ତ୍ରୀ ଆଗରୁ କାହିଁକି ଏହି ଘୋଷଣା କଲେ ନାହିଁ ? PMAYରେ କେନ୍ଦ୍ର ଓଡ଼ିଶାକୁ ୨୬ ଲକ୍ଷ ୫୫ ହଜାର ୮୫୭ ଘର ଦେଇଛି ନା ନାହିଁ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି କହିଛନ୍ତି ଗୋଲକ ।

ଖାଲି ସେତିକି ନୁହେଁ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଘର ଦିଆଯାଇଥିବା ୩୦ ଲକ୍ଷ ହିତାଧିକାରୀଙ୍କ ନାଁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଯାହାକୁ ନେଇ ସମାଲୋଚନ କରିଛି ବିଜେପି । ତେବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଲୋକଙ୍କୁ ଘର ମରାମତି ପାଇଁ ସହାୟତା ମିଳିବ । ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ଖର୍ଚ୍ଚ ମିଳିବ । ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା । ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ସହାୟତା ମିଳିବ । ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ମଧ୍ୟ ସହାୟତା ମିଳିବ । କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ  ୫ ହଜାର ଟଙ୍କା ମିଳିବ । ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏହି ଯୋଜନା ଦ୍ୱାରା ୩୦ ଲକ୍ଷ ପରିବାର ଉପକୃତ ହେବେ । ଏନେଇ ୧୪୪୪ କୋଟି ଖର୍ଚ୍ଚ ହେବ । ଏନେଇ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।