• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ଦିନ, ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ । କଟକଣା ଅବଧି ସଂଶୋଧନ ନେଇ SRC କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ରହିଥିବା ପୂର୍ବ କଟକଣାରେ ସଂଶୋଧନ କରାଯାଇଛି । ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨ ତାରିଖ ନୁହେଁ । ଏବେ କେବଳ ବଡ଼ଦିନ ବା ଡିସେମ୍ବର ୨୫ ତାରିଖରେ ରହିବ କଟକଣା । ଏହାପରେ ପୁଣି ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଲାଗୁ ହେବ ।

ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି। 

ତେବେ ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା । କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ବଡ଼ଦିନ ଓ ନୂଆବର୍ଷ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି । 

ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ଅନୁମତି ଦିଆଯାଇଛି । ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି । ଓଡ଼ିଶାରେ ୪ ଓମିକ୍ରନ୍ ଚିହ୍ନଟ ପରେ ଆଲର୍ଟ ମୋଡ୍‌ରେ ସ୍ୱାସ୍ଥ୍ୟ ବିଭାଗ ।

ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ । ଓମିକ୍ରନ ୫ ଗୁଣା ଅଧିକ ଜୋର୍‌ରେ ବ୍ୟାପୁଛି ବୋଲି DMET କହିଛନ୍ତି । ବଣଭୋଜି ଓ ଗହଳି ଉପରେ ରୋକ ଲଗାଇବାକୁ DMET ନିର୍ଦ୍ଦେଶ ଦେଇଛନ୍ତି । ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘର ଓ ଶେଷକୃତ୍ୟ ବ୍ୟତୀତ ସବୁଠି କଟକଣା କଡ଼ାକଡ଼ି ପାଳନ ହେବ । ଆଇସିୟୁ, ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ୍‌ରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଥିବା DMET କହିଛନ୍ତି ।