• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଅନିଶ୍ଚିତତା ଘେରରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKYର ଭବିଷ୍ୟତ । ଯୋଜନାରେ ଥିବା ବିଭିନ୍ନ ନିୟମାବଳୀରେ ସ୍ପଷ୍ଟତା ନଥିବାରୁ ଏଥିରେ ଆଉ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମ୍ଭବ ନୁହେଁ ବୋଲି ରୋକ୍‌ଠୋକ୍ ଶୁଣାଇଛି ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ୍ ।

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ । ରୋଗୀ, ସିଡିଏମ୍ଓଙ୍କ ଠାରୁ ରେଫର୍ ସାର୍ଟିଫିକେଟ୍ ଆଣିଲେ ହିଁ ଘରୋଇ ମେଡିକାଲ୍‌ରେ ଯୋଜନାରୁ ଲାଭ ପାଇପାରିବେ । କିନ୍ତୁ ଅଧିକାଂଶ ଲୋକଙ୍କୁ ଏହା ଜଣାନାହିଁ ।

ସେମାନେ ସିଧାସଳଖ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରୁଥିବାରୁ BSKYରେ ଚିକିତ୍ସାସେବା ଯୋଗାଇ ହେଉନାହିଁ । ଏଥିସହ ଏମ୍ଓୟୁ ଅନୁସାରେ ୩୦ ଦିନ ଭିତରେ ଚିକିତ୍ସା ବାବଦ ଦେୟ ସରକାର ଭରଣା କରିବା ନିୟମ ଥିବା ବେଳେ, ଗତ ୪ ମାସ ହେଲା ସରକାର ଏହା ଦେଉନାହାନ୍ତି । ଏସବୁ ସମସ୍ୟାର ସମାଧାନ ନହେଲେ ଆଉ ଆଗକୁ BSKY ହେଲ୍ଥ କାର୍ଡରେ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ ବୋଲି ସଂଘ କହିଛି । ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।