• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ବର୍ଷରେ ନ୍ୟୁ ୟର ପାର୍ଟି ମନା । ଖାଲି ନ୍ୟୁ ୟର୍‌ ପାର୍ଟି ନୁହେଁ, ଡିସେମ୍ବର ୨୫ ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ ସେଲିବ୍ରେସନ୍‌ ବି ମନା । ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଓମିକ୍ରନ୍‌ ଭ୍ୟାରିଏଣ୍ଟ ପୂର୍ବର ସବୁ ଭ୍ୟାରିଏଣ୍ଟଠାରୁ ଅଧିକ ଶକ୍ତିଶାଳୀ ବା ଅଧିକ ସଂକ୍ରାମକ କ୍ଷମତା ସମ୍ପନ୍ନ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ତେଣଈ ଦେଶରେ ଯେଉଁଭଳି ଭାବେ ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ଏହାକୁ ନଜରରେ ରଖି ଦିଲ୍ଲୀର କେଜ୍ରିୱାଲ ସରକାର ନୂଆ ବର୍ଷରେ ନ୍ୟୁ ୟର୍‌ ପାର୍ଟି ସେଲିବ୍ରାସନ୍‌ କରିବାକୁ ମନା କରିଛନ୍ତି । ସରକାରଙ୍କ ନିର୍ଦେଶ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ, ଦିଲ୍ଲୀ ପୋଲିସକୁ ନଜର ରଖିବାକୁ କୁହାଯାଇଛି । ଏହି କ୍ରମରେ ଖ୍ରୀଷ୍ଟମାସ ସେଲିବ୍ରେସନ୍‌ କରିବାକୁ ମନା କରିଛନ୍ତି ଦିଲ୍ଲୀ ସରକାର । କାରଣ ଖ୍ରୀଷ୍ଟମାସ ସେଲିବ୍ରାସନ୍‌ରେ ବିଭିନ୍ନ ସ୍ଥାନରେ ଭିଡ଼ ଜମିବାର ସମ୍ଭାବନା ରହିଛି । ଯାହା ଦ୍ୱାରା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କ ରହିଛି । ଓମିକ୍ରନ୍‌ ଚେନ୍‌କୁ ବ୍ରେକ୍‌ କରିବାକୁ ହେଲେ ଏଭଳି କଡ଼ା ପଦକ୍ଷେପ ନେବାକୁ ହେବ ବୋଲି ଦିଲ୍ଲୀ ସରକାର କହିଛନ୍ତି ।

 

 

ଅନ୍ୟପଟେ ଆଜି ଓଡ଼ିଶାରେ ମଧ୍ୟ ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଓମିକ୍ରନର ମୁକାବିଲା କିପରି କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ଗତକାଲି ଦୁଇଜଣ ବିଦେଶ ଫେରନ୍ତାଙ୍କର ଓମିକ୍ରନ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା । ତେଣୁ ଓମିକ୍ରନ୍‌କୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସ୍କ ପିନ୍ଧିବା ସହ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । 

ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ- ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି।

  • ସର୍ଭେଲାନ୍ସକୁ ଜୋରଦାର।
  • ଟିକାକରଣକୁ ବ୍ୟାପକ କରାଯିବ।
  • ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବ।
  • ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ।
  • ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ।