• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବର୍ଜ୍ୟ ବସ୍ତୁ ସୁପରିଚାଳନା ପାଇଁ ବିଏମ୍‌ସିର ଉଦ୍ୟମ । ରାଜଧାନୀ ଭୁବନେଶ୍ୱରରେ ଘରେ ଘରେ ପୋଷ୍ଟର ମାରୁଛି ବିଏମ୍‌ସି । କାନ୍ଥରେ ଲାଗୁଛି ସବୁଜ ରଙ୍ଗର ପୋଷ୍ଟର । ଯେଉଁଥିରେ ଲେଖାଯାଇଛି ପୃଥକ ଭାବେ ବର୍ଜ୍ୟ ବସ୍ତୁ ଦେବା ପାଇଁ ଧନ୍ୟବାଦ ।

ସେହିପରି କିଛି ଘରର କାନ୍ଥରେ ଲଗାଯାଉଛି କମଳା ରଙ୍ଗର ପୋଷ୍ଟର । ଯେଉଁମାନେ ବର୍ଜ୍ୟବସ୍ତୁ ପୃଥକ ଭାବେ ଦେଉନାହାନ୍ତି, ଆଗକୁ ସେମାନଙ୍କ ସହଯୋଗ ଲୋଡ଼ି ଏଭଳି ପୋଷ୍ଟର ଲଗାଯାଉଛି । ତେବେ ଯେଉଁମାନେ ବିଏମ୍‌ସି ଗାଡ଼ିରେ ଅଳିଆ ନଦେଇ ଏଣେତେଣେ ଫିଙ୍ଗୁଛନ୍ତି, ସେମାନଙ୍କ ଘରେ ଲାଲ୍ ରଙ୍ଗର ପୋଷ୍ଟର ମାରୁଛି ବିଏମ୍‌ସି । ଘର ଘର ବୁଲି ଷ୍ଟିକର ମାରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ସ୍ୱଚ୍ଛ ସାଥୀ । 

ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।

ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ର ସୌଭାଗ୍ୟନଗର, ଦକ୍ଷିଣ-ପୂର୍ବ ଜୋନ୍‌ର ବ୍ରିଟ୍ କୋଲୋନୀ ଏବଂ ଉତ୍ତର ଜୋନ୍‌ର ଗଜପତି ନଗର ଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ବାସିନ୍ଦା ସହଯୋଗ କରୁଥିବା ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନାଲ ଡେପୁଟି କମିଶନର କହିଛନ୍ତି ।