• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Miscreants allegedly looted from IPS Sagarika Nath parents
IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍‌; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ...

IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି। 

apartment
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ; ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ ।

Puri Srimandir Ratna Bhandar key row
ସୁରକ୍ଷିତ ତ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର; ରତ୍ନଭଣ୍ଡାର ଖୋଲିବା ନେଇ କାହିଁକି ବିଳମ୍ବ ?

ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।

Chain Snatcher, Viral Video
ସାବଧାନ ! ରାଜଧାନୀରେ ମାତିଛନ୍ତି ଚେନ ଲୁଟେରା, ଦେଖନ୍ତୁ ଭିଡିଓ...

ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍  । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।

Weather News
ଗୁଳୁଗୁଳି କମିବ.. ଆଗକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।

Lord Jagannath
ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।

Dengue
ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।

Vegetable Price Hike
ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।

Train Tragedy
ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

Odisha reports 175 dengue cases
ଓଡ଼ିଶାରେ ମାଡ଼ିଲା ଡେଙ୍ଗୁ: ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

ବର୍ଷା ପଡ଼ୁ ପଡ଼ୁ ପୁଣି ରାଜ୍ୟରେ ମାଡ଼ିଲା ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

Odisha Politics BJD
5T ସଚିବଙ୍କ ପାଇଁ ଢାଲ ସାଜୁଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କହିଲା ବିଜେପି । କଂଗ୍ରେସ କହିଲା ନେତାଙ୍କୁ ଘାରିଛି ଟିକଟ ଭୟ ।

OTV
OTV ସୋସିଆଲ ମିଡିଆରେ ଭାଇରାଲ ଅଡିଓ ପୋଷ୍ଟ ମାମଲା, ଇନପୁଟ ଏଡିଟରଙ୍କ ବିରୋଧରେ ଅପରାଧିକ ମାମଲା ଖାରଜ

ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ ।

Odisha Politics
କଂଗ୍ରେସ କହିଲା ଟିକଟ କଟିବା ଭୟରେ ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ନେତା

ବିଜେଡି ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚ୍ଛଦପଟ୍ଟର ଲୋକ ଶାସନ ଚଲାଉଛନ୍ତି କହିଲେ ପୃଥ୍ୱୀରାଜ ।

Kalma Barrage
ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ୬୪ ଗେଟ୍ 

ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼ । କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍ ।

Bhartruhari Mahatab
ସୌମ୍ୟଙ୍କ ପରେ ଭର୍ତ୍ତୃହରି ମାରିଲେ ତୀର ! ହେଲେ ବାଜିଲା କାହାକୁ..?

ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

Odisha Train Tragedy | 29 more bodies of deceased passengers identified through DNA test
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

BJP stages protest against 5T Secretary in Kujang
5T ସଚିବଙ୍କ ଗସ୍ତକୁ ନେଇ ଜଗତସିଂହପୁରରେ ବିରୋଧ, ବିରୋଧୀ କହିଲେ- ଟିକଟ ଭୟରେ ବିଜେଡି ନେତା ଚୁପ୍

5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି।

 BJD Corporator Brother And His Son Injured In Firing By Miscreants In Bhubaneswar
ଗାଡ଼ି ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ !

ରାସ୍ତାରେ କାର୍‌ ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। 

panic button
କେବେ ଗାଡ଼ିରେ ଲାଗିବ VLTD, ପାନିକ୍ ବଟନ୍ ? ଆଗ ଘୁଞ୍ଚିଥିଲା ୨ ଥର, ଏବେ ଆଉ ୩ ମାସ ଗଡ଼ିଲା

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।

 Lingaraj Temple
ଝଲସିବ ଏକାମ୍ର କ୍ଷେତ୍ର, କାଲିଠୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5T Secretary
ଏବେ 5T ସଚିବ ପାଣ୍ଡିଆନଙ୍କ କଣ ହେବ ? କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?

DoPT asks Odisha chief secretary to take action against IAS officer
ଅଡ଼ୁଆରେ ସଚିବ ଓ ସରକାର ! କେନ୍ଦ୍ରରୁ ଆସିଛି କଡ଼ା ନିର୍ଦେଶ, କେମିତି କରିବେ ସାମ୍ନା..?

ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି ସଚିବଙ୍କ ନାଁରେ ରହିଛି।

Odisha teachers take to Bhubaneswar streets over 'pending demands'
ଗର୍ଜିଲେ ବେସରକାରୀ କଲେଜ ଅଧ୍ୟାପକ; ବ୍ୟାରିକେଡ୍‌ ଭାଙ୍ଗି ଧାଇଁଲେ ବିଧାନସଭା

ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ ।

Ganjam Road Mishap
ଚେତିଲା ପରିବହନ ବିଭାଗ; ବିବାହ ଉତ୍ସବରେ ଗାଡ଼ି ବ୍ୟବହାର ନେଇ ଖୁବଶୀଘ୍ର ଆସିବ ନୂଆ SOP

ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।