• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉଚ୍ଚ ଶିକ୍ଷାନୁଷ୍ଠାନରେ ପୁଣି ରାଗିଂ ବ୍ୟାଧିକୁ ନେଇ ଉଦବେଗ । ଏଥର ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ । ବିଶ୍ୱବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଆଇନ୍ ଛାତ୍ରୀଙ୍କୁ, ତିନିଜଣ ସିନିୟର ଛାତ୍ରୀ ମାଡ଼ ମାରିଥିବା ଏବଂ ଏଥିରେ ତାଙ୍କ ହାତର ସଫ୍ଟ ଟିସୁ ଫ୍ରାକ୍ଚର ହୋଇଥିବା ଅଭିଯୋଗ ହୋଇଛି ।

ହଷ୍ଟେଲରେ ଘଟିଥିବା ଏ ଘଟଣାକୁ ନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିବାରୁ ପରିବାର ସହ ଏନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଭରତପୁର ଥାନା ପୋଲିସ ମାମଲା ରୁଜୁ କରିଛି । ତିନି ଛାତ୍ରଙ୍କ ବିରୋଧରେ ଦଫା ୩୪୧, ୩୨୩ ଓ ୩୪ରେ ମାମଲା ରୁଜୁ କରିଛି ପୋଲିସ ।

ରାଗିଂ ଏବଂ ବିଭିନ୍ନ କାରଣ ପାଇଁ ବାରମ୍ବାର ନିର୍ଯାତନା ଲାଗି ଛାତ୍ରୀ ଜଣଙ୍କ ପ୍ରଥମ ସେମିଷ୍ଟର ଦେଇ ପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ସତ୍ତ୍ୱେ ଏପର୍ଯ୍ୟନ୍ତ ନ୍ୟାୟ ନମିଳିବାରୁ ବିଶ୍ୱବିଦ୍ୟାଳୟ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଏନେଇ ସଂପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now