/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708858492.jpg)
General election 2024
BJD ଛାଡ଼ୁଛନ୍ତି ହେବିୱେଟ୍ ନେତା । ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ବରିଷ୍ଠ ନେତା । ଆଜି BJDର ହାତ ଛାଡ଼ିଛନ୍ତି ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ଆଜି ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି । ଦେବାଶିଷ BJD ହାତ ଛାଡ଼ିଥିବାରୁ ଦଳ ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି ।
ଦେବାଶିଷ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସୁପ୍ରିମୋଙ୍କୁ ଦେବାଶିଷ ଧନ୍ୟବାଦ ଦେବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି । ପୂର୍ବରୁ ୨୦୧୯ରେ ଦେବାଶିଷଙ୍କୁ ନିର୍ବାଚନ ଲଢ଼ିବା ନେଇ ଟିକେଟ୍ ଦେଇନଥିଲା BJD । ଦେବାଶିଷଙ୍କ ପରିବର୍ତ୍ତେ ସୁନନ୍ଦାଙ୍କୁ ଦଳ ଭରସା କରିଥିଲା । ହେଲେ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେବାଶିଷ BJDର ହାତ ଛାଡ଼ିଛନ୍ତି ।
ସେପଟେ ଦେବାଶିଷ ଆଜି BJPରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆଜି ସଂଧ୍ୟା ପୂର୍ବରୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି । ହେଲେ ଏନେଇ ଦେବାଶିଷଙ୍କ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ ।
ଗତ ୨୧ ତାରିଖରେ ପଦ୍ମ ଧରିଥିଲେ ପ୍ରଦୀପ ପାଣିଗ୍ରାହୀ । ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ।
ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ବିଜେପି ସରକାର ପାଇଁ ଆହ୍ୱାନ ଦେଇଥିଲେ ପ୍ରଦୀପ । ଆଉ ବର୍ତ୍ତମାନ ପ୍ରଦୀପକୁ ନେଇ ବିଜେପି ଗଞ୍ଜାମରେ ପୂରା ଆକ୍ଟିଭ୍ ରହିଥିବାବେଳେ ଏବେ ସମାନ ସ୍ଥିତି ଯାଜପୁରରେ ଦେଖାଦେବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)