/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708575671.jpg)
Odisha Weather
ଏବେଠୁ ଖରା ଏତେ କି ଘରୁ ବାହାରିବା ମୁସକିଲ୍ । ଫେବ୍ରୁଆରୀରେ ଶୀତ ଯାଉ ଯାଉ ଖରା ମାଡ଼ି ଆସିଲାଣି । ଗଲା କିଛି ଦିନ ଧରି ଖରା କଲକଲ କଲାଣି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଖରାର ଦାଉ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ ।
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।
ସେପଟେ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ହିଟ୍ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ହିଟ୍ ୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ସମୟରେ କ’ଣ କରିବା ଉଚିତ ଏବଂ କ’ଣ ନକରିବା ଉଚିତ, ତାହା ସାଧାରଣ ଲୋକଙ୍କୁ ବୁଝାଇବାକୁ କୁହାଯାଇଛି । ଏଥିସହ ପାଣି ସମସ୍ୟା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି SRC ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)