ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।
ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି । ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ ।
ଭୁବନେଶ୍ୱର ଖଣ୍ଡଗିରିରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କୁମ୍ଭମେଳା । ପ୍ରତିବର୍ଷ ଭଳି ଏବର୍ଷ ବି ଭଳିକି ଭଳି ସାଧୁସନ୍ଥ, ନାଗାବାବା ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଖଣ୍ଡଗିରି ପାଦଦେଶରେ । ଆସନ୍ତା ୧୮ ତାରିଖରୁ ଜମିବ ରଙ୍ଗମଞ୍ଚର ଧୁମ୍ ।
ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ ।
ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି । ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ ।
ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।
ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।
ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ ।
ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ତା’ ଛଡ଼ା ଭିଜିଲାନ୍ସ ଚଢ଼ାଉବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର ।
ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।
ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି।
ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ ।
ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?
ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।
ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ । ଗତ ଦୁଇଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ । ଆଉ ଏବେ ଅଂଶୁମାନ ।
ବୋମା ବିସ୍ଫୋରଣରେ ଦନ୍ତା ହାତୀର ମୃତ୍ୟୁ । ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।
ଗତ ଡିସେମ୍ବର ୧୫ ତାରିଖରେ ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା ।
ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ ।
ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି ।
ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ ।