Advertisment

BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର

ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

author-image
Manoranjan Behera
BMC

BMC

ମୁଣ୍ତ ଉପରେ ନିର୍ବାଚନ। ଦଳୀୟ କାର୍ଯ୍ୟକଳାପକୁ ନେଇ BMC ର କଡ଼ା ଚେତାବନୀ। ଉଭୟ ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର। ତେଣୁ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

BMC କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ନିର୍ବାଚନ କମିଶନଙ୍କ ନିୟମ ମାନି ସବୁ ଦଳର ପୋଷ୍ଟର ବ୍ୟାନର ହଟାଯିବା ସହିତ କାନ୍ଥବାଡ଼ରେ ମଧ୍ୟ ଯେଉଁ ସବୁ ସ୍ଲୋଗାନ ଲେଖାଯାଇଛି, ତାକୁ ଲିଭାଯିବ। ଏହାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସେ ବିଏମସି କମିଶନର କହିଛନ୍ତି।

BMC Election Poster
Advertisment
Advertisment