• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର 'ସମାଜ 'ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ସମେତ ସମାଜ ର ସଂପାଦକ ଓ ମୁଖ୍ୟ ପରିଚାଳକ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରାତନ ସମ୍ବାଦପତ୍ରର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ତଥା ଉତ୍କଳମଣିଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଡ ଆଚାର୍ଯ୍ୟ ମତ ପୋଷଣ କରିଛନ୍ତି।