Advertisment

ଭତ୍ତା ପାଇଁ ୭ ଘଣ୍ଟା ଅପେକ୍ଷା; ଶେଷରେ ୨ ଜଣ ବେହୋସ..

ବୟସରେ ଅପରାହ୍ନରେ ସେମାନେ, ଦୁଇରେ ଛଅ ସାତ ଘଣ୍ଟା ଲେଖାଏଁ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ଭତ୍ତା ପାଇଁ।

author-image
Manoranjan Behera
Helpless Old Lady

Helpless Old Lady

ସକାଳ ୭ଟାରୁ ଆସି ଲାଇନରେ ଛିଡ଼ା ହୋଇଛନ୍ତି, କିନ୍ତୁ ଅପରାହ୍ନ ୨ଟା ଯାଏ ବି ମିଳିନାହିଁ ଭତ୍ତା। ବୟସରେ ଅପରାହ୍ନରେ ସେମାନେ, ଦୁଇରେ ଛଅ ସାତ ଘଣ୍ଟା ଲେଖାଏଁ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ଭତ୍ତା ପାଇଁ। ଏଥିରେ ତ ଜଣେ ଦୁଇ ଜଣ ବେହୋସ ହୋଇ ତଳେ ପଡ଼ି ଯାଇଛନ୍ତି। ଏହି ଘଟଣା ହେଉଛି ଭୁବନେଶ୍ୱର ଉପକଣ୍ଠ ଭରତପୁରର।

Advertisment

ଗୋପବନ୍ଧୁ ସରକାରୀ ୟୁପି ସ୍କୁଲ ପରିସରରେ ବୟସ୍କ, ଭିନ୍ନକ୍ଷମଙ୍କୁ ଭତ୍ତା ବଣ୍ଟନ କରାଯାଉଥିଲା। ଏଇ ମାସରୁ ୫ ଶହ ଲେଖାଏଁ ଅଧିକ ମିଳିବ ବୋଲି ବହୁ ବୟସ୍କ ଦୌଡ଼ି ଆସିଥିଲେ ସେଠାକୁ। କିନ୍ତୁ ଏତେ ଅପେକ୍ଷା କରିବାକୁ ପଡ଼ିଲା ଯେ, ଧୈର୍ଯ୍ୟର ବନ୍ଧ ବି ଭାଙ୍ଗିଗଲା। ଜଣେ ଦୁଇ ଜଣ ତ ଅଚେତ ହୋଇ ତଳେ ପଡ଼ିଯାଇଥିବାର ଅଭିଯୋଗ ହୋଇଛି।

ହିତାଧିକାରୀମାନେ ଅଭିଯୋଗ କରିଛନ୍ତି, ଏଠାରେ ନା ଅଛି ପିଇବା ପାଣିର ବ୍ୟବସ୍ଥା, ନା ଅଛି ଛାଇର ବ୍ୟବସ୍ଥା ନ ଅଛି ବିଶ୍ରାମ କରି ଥକା ମେଣ୍ଟାଇବାର ବ୍ୟବସ୍ଥା। କାହିଁକି ଭତ୍ତା ଦେବାରେ ଏତେ ଡେରି ହେଉଛି, ତାର ଉତ୍ତର ଦେବାକୁ ମଧ୍ୟ କର୍ତ୍ତୃପକ୍ଷଙ୍କ ତରଫରୁ କେହି ନାହାନ୍ତି।

Advertisment
Helpless Old Lady Pension Scheme
Advertisment
Advertisment