Advertisment

ମାଟ୍ରିକ୍ ପରୀକ୍ଷା; ହଲ୍‌ରେ ଜଗୁଛି AI, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ରଖୁଛି କଡ଼ା ନଜର

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।

author-image
Tanmay Kumar Mahalik
undefined

10th Board Exam

ମାଟ୍ରିକ ପରୀକ୍ଷାରେ କପି ଧରିବା ହେଉ କି ବିଶୃଙ୍ଖଳା ରୋକିବା, ବିଭିନ୍ନ କ୍ଷେତ୍ରରେ ଫାଇଦା ଦେଉଛି ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା AI । କେଉଁଠି ମାଲ ପ୍ରାକ୍ଟିସ୍ ରୋକିଛି, ତ ଆଉ କେଉଁଠି ହଲ ଭିତରେ ଅନଧିକାର ପ୍ରବେଶ କରିଥିବା ପୋଲିସ କର୍ମଚାରୀଙ୍କୁ ଧରିଛି ଏହି ଅତ୍ୟାଧୁନିକ ଟେକନୋଲୋଜି । ତେବେ ବୋର୍ଡ ପରୀକ୍ଷାକୁ କେମିତି ଶୃଙ୍ଖଳିତ କରୁଛି AI କ୍ୟାମେରା, ଆସନ୍ତୁ ଜାଣିବା ।

Advertisment

ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ହିଁ ଆଲର୍ଟ ଦେଉଛି AI । ରୋକୁଛି କପି, ଧରିନେଉଛି ସାମାନ୍ୟ ବିଶୃଙ୍ଖଳା ଓ ଅବ୍ୟବସ୍ଥା । ମଣିଷ ଆଖିକୁ ଚକମା ଦେଇହେଉଛି, କିନ୍ତୁ AI କ୍ୟାମେରାକୁ ନୁହେଁ । ବୋର୍ଡ ପରୀକ୍ଷା ଆରମ୍ଭ ହିଁ ଆକ୍ସନ ମୋଡରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା AI । କଟକ ଜିଲ୍ଲା ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲରେ ଗତକାଲି ପରୀକ୍ଷା ଚାଲିଥିବା ବେଳେ ହଲ ଭିତରେ ଜଣେ ପୋଲିସ କର୍ମଚାରୀ ପଶିବା AI ଆଲର୍ଟ ଦେବା ପରେ, ଏହାର ତଦନ୍ତ ପାଇଁ DEOଙ୍କୁ ନିର୍ଦ୍ଦେଶ ଦେବା ସହ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରିଛି ବୋର୍ଡ ।

ସେହିପରି ୩ଟି କେନ୍ଦ୍ରରେ ୩ ଜଣ ପରୀକ୍ଷାର୍ଥୀ କପି କରୁଥିବା ଧରିଛି AI । ଏଥିସହ ଗେଟ୍ ପାଖରେ ପରୀକ୍ଷାର୍ଥୀଙ୍କୁ ଫ୍ରିସ୍କିଂ ବା ଚେକିଂ ବେଳେ ତ୍ରୁଟି ହୋଇଥିବା ଏବଂ ଡେସ୍କ ବେଞ୍ଚ ବ୍ୟବସ୍ଥିତ ନଥିବା ଆଲର୍ଟ ଆସିଛି । ଏହାପରେ ଡିଇଓଙ୍କୁ ରିପୋର୍ଟ ତଲବ କରାଯିବା ସହ, ଏହାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ତାଗିଦ କରିଛି ବୋର୍ଡ ।

Advertisment

ନଜର ପକାନ୍ତୁ ମାଟ୍ରିକ ପରୀକ୍ଷା ବେଳେ କେଉଁ କେଉଁ ପ୍ରମୁଖ ତ୍ରୁଟି ଓ ବିଶୃଙ୍ଖଳା ଉପରେ ନଜର ରଖିଛି AI ।

- ପରୀକ୍ଷାର୍ଥୀଙ୍କ କପି, କଥାବାର୍ତ୍ତା କିମ୍ବା ଡେସ୍କବେଞ୍ଚ ଘୁଞ୍ଚାଘୁଞ୍ଚି

- ପରୀକ୍ଷା କେନ୍ଦ୍ରରେ ମୋବାଇଲର ବ୍ୟବହାର

- ହଲରେ ଇନଭିଜିଲେଟରଙ୍କ ଅନୁପସ୍ଥିତି କିମ୍ବା ଚଳପ୍ରଚଳ ନହେବା

- ଷ୍ଟ୍ରଙ୍ଗ ରୁମରେ ଆବଶ୍ୟକତା ଠାରୁ ଅଧିକ ଲୋକ ଏକାଠି ହେବା

- ଠିକ୍ ସମୟରେ ଫାଟକ ଖୋଲା ଓ ବନ୍ଦ ହେଉଛି କି ନାହିଁ

- ପ୍ରଶ୍ନପତ୍ର ଖୋଲା ଯିବା ଏବଂ ପରୀକ୍ଷା ଖାତା ବଣ୍ଟନ

- ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ପୋଲିସ କର୍ମଚାରୀ ଗପୁଥିଲେ ବି ଆସିବ ଆଲର୍ଟ

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ । ଏସବୁ ସିଧାସଳଖ ସଂଯୋଗ ହୋଇଛି ବୋର୍ଡ କାର୍ଯ୍ୟଳୟରେ କମାଣ୍ଡ୍ କଣ୍ଟ୍ରୋଲ ରୁମ୍ ସହ । ବିରାଟ ଏଲଇଡି ସ୍କ୍ରିନରେ ଭିଡିଓ ଲାଇଭ ଷ୍ଟ୍ରିମିଂ ହେଉଛି ଏବଂ AI ଆଲର୍ଟ ଆସୁଛି । ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ଏବଂ ୨୦ ଜଣିଆ ଅବଜର୍ଭର ଟିମ୍ । କେଉଁଠି ବିଶୃଙ୍ଖଳା ନଜର ଆସିଲେ ୩ ଜଣିଆ ଅଫିସର କମିଟିକୁ ଜଣାଇବେ ଏବଂ ଏହାର ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ ।

କେବଳ ମାଟ୍ରିକ୍ ନୁହେଁ, ୧୬ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷାରେ ବି ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସର୍ଭେଲାନ୍ସର ଉପଯୋଗ ବ୍ୟବସ୍ଥା ହୋଇଛି ।

AI
Advertisment
Advertisment