/odishatv-khabar/media/post_attachments/uploadimage/library/16_9/16_9_0/Driver_1708588959.jpg)
Driver
ଚାକିରିରୁ ବାହାର କରିଦେଲେ ମାଲିକ । ରାଗିଗଲା ଡ୍ରାଇଭର । ଘରେ ପଶି କାର୍ ସହ ବାଇକ୍ରେ ଲଗାଇଦେଲା ନିଆଁ । ନିଆଁ ଲାଗିବା ପରେ ବାଇକ୍ ଓ କାର୍ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଏପରି ଏକ ଘଟଣା ଆଉ କେଉଁ ଅଞ୍ଚଳରେ ନୁହେଁ, ବରଂ ଘଟିଛି ଖୋଦ୍ ରାଜଧାନୀରେ ।
ବ୍ୟକ୍ତିଙ୍କ ଏପରି କାରନାମା ସମସ୍ତଙ୍କୁ ଚକିତ କରିଛି । ଡ୍ରାଇଭର ଜଣକ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଚି ତାହା ଜଣାପଡ଼ିନାହିଁ । ପେଟ ପାଟଣାକୁ ନେଇ ଏପରି କାଣ୍ଡ ଘଟାଇଛି ନା ଅନ୍ୟ କିଛି , ସେନେଇ ସ୍ପଷ୍ଟ ହୋଇନାହିଁ । କି ଏନେଇ ପୋଲିସରେ ମଧ୍ୟ ସୂଚନା ଦିଆଯାଇନାହିଁ ।
କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଦେଇଛି ଡ୍ରାଇଭର । ଭୁବନେଶ୍ୱରର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ଖଣ୍ଡଗିରି କ୍ରିଷ୍ଣା ଗାର୍ଡେନ ଫେଜ୍ ୨ରେ ରହୁଥିବା ଜ୍ୟୋସ୍ନା ମହାନ୍ତି ଓ ଅଜିତ କୁମାର ନାୟକଙ୍କ ଘରେ ଏଭଳି କାଣ୍ଡ ଘଟାଇଛି ଦୁର୍ବୃତ୍ତ ।
ଅଜିତ କୁମାର ନାୟକଙ୍କ କହିବା ଅନୁଯାୟୀ ତାଙ୍କ କାର ନିୟମିତ ଭାବେ ଖରାପ ହେବା ପରେ ସେ ଆଉ ତାକୁ ଚଳାଇ ନଥିଲେ । ତେଣୁ କାର ଡ୍ରାଇଭରକୁ ମଧ୍ୟ ଆଉ ଆସିବାକୁ ମନା କରିଥିଲେ । ଏହା ଛଡା ଡ୍ରାଇଭର ଜଣକ ମଧ୍ୟ ନିଶାସେବନ କରୁଥିବା ସେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)