Advertisment

‘ଅବ କି ବାର ଚାର୍ ଶୋ ପାର୍’ ! ଓଡ଼ିଶା ବଜେପିକୁ ମୋଦିଙ୍କ ବଡ଼ ଟାସ୍କ

କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BJP

ଫିର୍ ଏକ ବାର ମୋଦି ସରକାର... ଅବ କି ବାର ଚାର୍ ଶୋ ପାର୍। ଆଉ ସେଥିପାଇଁ ଦିଲ୍ଲୀରେ ସରିଛି ପାଠଶାଳା। କାର୍ଯ୍ୟକର୍ତ୍ତାଙ୍କୁ ମିଳିଛି ଶହେ ଦିନର ଟାସ୍କ। ଶହେ ଦିନିଆ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକର୍ତ୍ତାକୁ ଦେଇଥିଲେ ବିଜୟ ମନ୍ତ୍ର।

Advertisment

ବିଜେପି ରାଜ୍ୟ ସଭାପତି ଓ ପଦାଧିକାରୀଙ୍କ ସହ ଅଧିବେଶନରେ ଯୋଗ ଦେଇଥିବା ଓଡ଼ିଶାର ୨୮୮ ନେତାଙ୍କୁ ଦିଆଯାଇଛି ଟାସ୍କ। ଶହେ ଦିନର କାର୍ଯ୍ୟକ୍ରମ ଭିତରେ ପ୍ରମୁଖ ଟାସ୍କ ହେଉଛି ଲାଭାର୍ଥୀ ସଂପର୍କ ଅଭିଯାନ। କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।

ଆଉ ରାମ ମନ୍ଦିର ନିର୍ମାଣ, ୩୭୦ ଧାରା, ଟ୍ରିପଲ୍ ତଲାକ ଉଚ୍ଛେଦ, ସଂସଦରେ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ଭଳି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି। ଏହା ସହ ଗାଁକୁ ଚାଲ ଏବଂ ବୁଥକୁ ଚାଲ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମିଳିଛି ନିର୍ଦ୍ଦେଶ। ନୂଆ ଭୋଟରଙ୍କୁ ଗୁରୁତ୍ବ ଦେଇ ବୁଥରେ ଭୋଟ ଦେବା ଯାଏଁ ସେମାନଙ୍କ ସହ ଯୋଡ଼ି ହୋଇ ରହିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏଥର NDA ୪୦୦ ଲୋକସଭା ସିଟ୍ ଦଖଲ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କେବଳ ବିଜେପି ୩୭୦ ଆସନରେ ବିଜୟ ପାଇଁ ଟାର୍ଗେଟ କରିଛି। ବେଶି ଫୋକସରେ ରହିଛି ଦଳ ଗତଥର ହାରିଥିବା ୧୬୧ ଲୋକସଭା ଆସନ ଉପରେ। ସେହିପରି ଓଡ଼ିଶାରେ ଦଳ ହାରିଥିବା ୧୩ ଲୋକସଭା ସିଟକୁ ଅଧିକ ଗୁରୁତ୍ୱ ଦେଉଛି। ଆଉ ସେଥିପାଇଁ ପ୍ରବାସ କାର୍ଯ୍ୟକ୍ରମରେ ନିୟମିତ ଭାବେ କେନ୍ଦ୍ରମନ୍ତ୍ରୀ ମାନେ ବିଭିନ୍ନ ଲୋକସଭା କ୍ଷେତ୍ରକୁ ଆସି କାର୍ଯ୍ୟକ୍ରମ କରୁଛନ୍ତି। 

ନିକଟରେ ଶିବରାଜ ସିଂ ଚୌହାନ ଓଡ଼ିଶା ଆସି ଜଗତସିଂହପୁର ଓ କଟକ ଲୋକସଭା କ୍ଷେତ୍ରରେ କର୍ମୀ ସମ୍ମିଳନୀ କରିଥିଲେ। ପୁଣି ୨୨ରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ନିର୍ବାଚନ ଘୋଷଣା ପୂର୍ବରୁ ଏହି କ୍ଲଷ୍ଟରଗୁଡିକୁ ପୁଣିଥରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି। 

BJD BJP Congress Odisha Politics General Election 2024
Advertisment
Advertisment