Advertisment

ଜୀବନ ଯିବା ପରେ ବଞ୍ଚିବେ ଦମୟନ୍ତୀ; ନିଜେ ଚାଲିଗଲେ, ଅନ୍ୟଙ୍କୁ ବଞ୍ଚାଇଦେଲେ

ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ।

author-image
Manoranjan Behera
Organ Donation

Organ Donation

ଚର୍ଚ୍ଚାରେ ରାଜଧାନୀର ଅଟୋଚାଳକଙ୍କ ମହତପଣିଆ। ୧୪ ବର୍ଷୀୟା ଝିଅର ଅକାଳ ବିୟୋଗ ପରେ, ତାର ଅଙ୍ଗଦାନ ପାଇଁ ନେଲେ ନିଷ୍ପତ୍ତି। ସୂଚନା ଅନୁସାରେ, କେନ୍ଦୁଝର ବରେଇଗୋଡ଼ା ଗାଁର ଦୁଃଖବନ୍ଧୁ ମହାନ୍ତି ଭୁବନେଶ୍ୱରରେ ଅଟୋ ଚଳାଇ ପତ୍ନୀ ବନିତା ଏବଂ ଝିଅ ଦମୟନ୍ତୀଙ୍କ ସହ ରହୁଥିଲେ। ହେଲେ ୫ ମାସ ତଳେ ଅଚାନକ ଝିଅର କିଡନୀ ସମସ୍ୟା ଦେଖାଦେବା ପରେ, ସେବେଠୁ ତାଙ୍କର ଡାଏଲିସିସ୍ ହେଉଥିଲା।

Advertisment

ତେବେ ସପ୍ତାହେ ତଳେ ହଠାତ୍ ଦମୟନ୍ତୀ ଅସୁସ୍ଥ ହୋଇପଡ଼ିବାରୁ, ଭୁବନେଶ୍ବର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ବ୍ରେନ୍ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଥିଲା। ଦମୟନ୍ତୀଙ୍କୁ ଡାକ୍ତର ବ୍ରେନଡେଡ୍ ଘୋଷଣା କରିବା ପରେ, ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ମହାନ୍ତ ଦଂପତି। ଦମୟନ୍ତୀଙ୍କ କେବଳ ଲିଭର ବା ଯକୃତ ଅଙ୍ଗଦାନ ପାଇଁ ଯୋଗ୍ୟ ବିବେଚିତ ହେବା ପରେ, ଏହାକୁ ଏମସରେ ରିଟ୍ରାଇଭ୍ କରି ଦିଲ୍ଲୀ ପଠାଯାଇଛି। ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ୍ ବାଇଲଅରି ସାଇନ୍ସ ବା ILBSକୁ ଏହାକୁ ପଠାଯାଇଛି।

ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ। ଝିଅକୁ ହରାଇ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗିପଡ଼ିଥିଲେ ମଧ୍ୟ, ତାଙ୍କ ଲିଭର ଅନ୍ୟ ଜଣଙ୍କୁ ନୂଆ ଜୀବନ ଦେବ ଜାଣି ସେମାନେ ଗର୍ବିତ ବୋଲି କହିଛନ୍ତି।

Advertisment
Bhubaneswar AIIMS Auto Driver Organ Donation
Advertisment
Advertisment