Advertisment

ଆମଦାନୀ ନେତା ଓଭରଲୋଡ ଟେନସନରେ ବିଜେଡି

ଭୋଟ୍ ଆଗରୁ ବାଜିଲାଣି BJDରେ ବିଦ୍ରୋହର ବିଗୁଲ୍ ।

author-image
Satyendu Shekher Mishra
undefined

BJD Conflict

ବିଜେଡିକୁ ଓଭରଲୋଡ ଟେନସନ । ଭୋଟ୍ ପୂର୍ବରୁ ବିଜେଡିରେ ବାଜିଲାଣି ଟିକେଟ୍ ଆଶାୟୀଙ୍କ ବିଦ୍ରୋହର ବିଗୁଲ୍ ନିର୍ବାଚନ ମଣ୍ଡଳୀରେ ବି ଆରମ୍ଭ ହେଲାଣି ଆଶୀୟୀଙ୍କ ଶକ୍ତି ପ୍ରଦର୍ଶନ। ସମସ୍ତେ ଛାତି ପିଟି କହୁଛନ୍ତି ଟିକେଟ୍ ପାଇଁ ମୁଁ ଦାବିଦାର।

Advertisment

ପୁରା ନିର୍ବାଚନୀ ଷ୍ଟାଇଲରେ ଖୋଲା ଜିପରେ ଛିଡା ହୋଇ ରାଲି କରୁଛନ୍ତି ନେତା । ଖୋର୍ଦ୍ଧା ଟାଉନ ଭିତରେ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ବାସନ୍ତୀ ମହାପାତ୍ର। ୨ବର୍ଷ ହେଲା ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କୁ ବାଦ୍ ଦେଇ ଏକାକୀ ସଂଗଠନ କରିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରି ଆସୁଛନ୍ତି ବାସନ୍ତୀ। ଏମିତି କି ୨୪ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଉଥିବା ନେଇ ବି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଠିକ୍ ସେମିତି ଜଗତସିଂହପୁର ବାଲିକୁଦା-ଏରସମାରେ ମଧ୍ୟ ଆଶାୟୀଙ୍କ ପାଓ୍ୱାର ସୋ। ବନ୍ଧୁ ମିଳନ ନାଁରେ ବିଧାୟକ ରଘୁନନ୍ଦନ ଦାସଙ୍କ ବିରୋଧୀଙ୍କୁ ନେଇ ମେଳି କରିଛନ୍ତି ସ୍ଥାନୀୟ ଯୁବ ନେତା ସଞ୍ଜୀବ ବିଶ୍ୱାଳ। ସଭାସ୍ଥଳରେ ବିଧାୟକଙ୍କ ବିରୋଧରେ କରିଛନ୍ତି ବିଷୋଦଗାର। ଏମିତିକି ବିଜେଡି ଟିକେଟ ମିଳିଲେ ରଘୁନନ୍ଦନଙ୍କ ଠାରୁ ଅଧିକ ଭୋଟରେ ଜିତିବେ ବୋଲି କହିଛନ୍ତି ସଞ୍ଜୀବ। ତେଣେ ବିଧାୟକ ରଘୁନନ୍ଦନ ଦାସ ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଥ୍ୟା ବୋଲି କହିବା ସହ ଆଗକୁ ବି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। 

Advertisment

ତେବେ ଖାଲି ଉପକୂଳ ନୁହେଁ, ପଶ୍ଚିମ ଓଡିଶାରେ ବି ଆଶାୟୀଙ୍କ ଲମ୍ବା ତାଲିକା। ଏଇ ଯେମିତି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦ୍ମନାଭ ବେହେରାଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କହିଛନ୍ତି ଯୁବ ବିଜେଡି ନେତା ନାରାୟଣ ଲୁହା। ନାରାୟଣ ଏବେ ବୀରମହାରାଜପୁରର ବ୍ଲକ ଉପାଧ୍ୟକ୍ଷ ଥିବା ବେଳେ ତାଙ୍କ ପତ୍ନୀ ବ୍ଲକ ଅଧ୍ୟକ୍ଷା ଅଛନ୍ତି। ଗୋଟିଏ ପଟେ ପଦ୍ମନାଭ ୨୪ରେ ତାଙ୍କ ପୁଅ ପାଇଁ ଲବି କରୁଥିବା ବେଳେ ଅନ୍ୟ ପଟେ ନାରାୟଣ ନିଜ ସମର୍ଥକଙ୍କୁ ଧରି ଦମ୍ ଦେଖାଇଛନ୍ତି।

ଗୋଟେ ପଟେ ବିଜେଡିରେ ଆଶାୟୀଙ୍କ ତାଲିକା ଲମ୍ବୁଥିବା ବେଳେ ଅନ୍ୟପଟେ ଦଳ ପାଇଁ ଟେନସନ ସାଜିଲେଣି ଆମଦାନୀ ନେତା। ଏଇ ଯେମିତି ନଗଦରେ ହାତ ଛାଡି ଶଙ୍ଖ ଫୁଙ୍କିଥିବା ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି। ଅଂଶୁମାନ ଦଳରେ ସାମିଲ ହେବା ପରେ ରାଜନଗର ବିଜେଡି ରାଜନୀତିରେ କୁହୁଳିଲାଣି ଅସନ୍ତୋଷର ନିଆଁ। ଅଂଶୁମାନଙ୍କୁ କାହିଁକି ଦଳରେ ସାମିଲ କରାଗଲା ବୋଲି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି କର୍ମୀ।

ସେହିପରି ଅନଗୁଳ କଂଗ୍ରେସ ନେତା ବିପ୍ଲବ ଜେନାଙ୍କ ଯୋଗଦାନକୁ ବି ସହଜରେ ଗ୍ରହଣ କରିବାକୁ ନାରାଜ ଅନୁଗୁଳ ବିଜେଡି କର୍ମୀ। ତେବେ ଠିକ ସମୟରେ ଠିକ ଲୋକଙ୍କୁ ଦଳ ଥଇଥାନ କରିବ ଓ ଅସନ୍ତୁଷ୍ଟ ଦଳ ପାଇଁ ଅଡୁଆ ହେବନି କହିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ।

ଅବଶ୍ୟ ଅସନ୍ତୁଷ୍ଟ ଓ ଆଶାୟୀଙ୍କୁ ମ୍ୟାନେଜ ଉଦ୍ୟମ ଆରମ୍ଭ କରିଛି ବିଜେଡି। ନିକଟରେ ହେଭିୱେଟ୍ ପ୍ରସନ୍ନ ପାଟଶାଣୀ, ପ୍ରିୟଦର୍ଶୀ ମିଶ୍ର, ରମେଶ ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀ, ଝିନ ହିକକ୍କା, ରବି ନାରାୟଣ ପ୍ରଧାନଙ୍କ ଭଳି ଅନେକ ନେତାଙ୍କୁ ଡକାଯାଇଥିଲା ନବୀନ ନିବାସ।

BJD BJP Congress Odisha Politics
Advertisment
Advertisment