/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708354981.jpg)
Bhubaneswar
ଚୋରଙ୍କ ଅମରାବତୀ ସାଜିଛି ରାଜଧାନୀ ଭୁବନେଶ୍ୱର ଘର, ଆପାର୍ଟମେଣ୍ଟରେ ବୁଲାଉଛନ୍ତି କଳାକନା ଦିନ ଦ୍ୱିପ୍ରହରରେ ଲୁଟ କରି ପୋଲିସକୁ ଦେଉଛନ୍ତି ଚାଲେଞ୍ଜ ରାଜଧାନୀ ଭୁବନେଶ୍ୱରରେ ଚୋରି ବଢୁଥିବା ବେଳେ, ରାଜଧାନୀ ବାସିନ୍ଦାଙ୍କ ଭିତରେ ପଶିଛି ଛନକା । ସ୍ଥିତି ଏପରି ହୋଇଛି କି ଦିନ ବେଳା ବି ଘରେ ତାଲା ପକାଇବାକୁ ବାଧ୍ୟ ହେଉଛନ୍ତି ଲୋକେ ।
ବାହାଘର କିମ୍ବା ବାହାରକୁ ସପରିବାର ଯିବାକୁ ବି ଡରିଲେଣି ଲୋକ। କାହିଁକି ନା ଘରେ ତାଲା ପଡିଲେ, କାଳେ ତାଲା ଡାଡି କଳାକନା ବୁଲାଇବେ ଦୁର୍ବୃତ୍ତ, ସେ ଚିନ୍ତା ସଦାବେଳ ଘାରୁଛି । ଏପଟେ ଗତ ଅକ୍ଟୋବରରେ ଘଟିଥିବା ଏକାଧିକ ଲୁଟର ସିସିଟିଭି ଭିଜୁଆଲ ଥିବା ସତ୍ତ୍ବେ ପୋଲିସର ହାତଖାଲି । ଏଣୁ ପୋଲିସ ଉପରେ ଭରସା ନକରି ନିଜ ସୁରକ୍ଷା ନିଜେ ଚିନ୍ତା କରୁଛନ୍ତି ରାଜଧାନୀ ବାସିନ୍ଦା ।
ବାରମ୍ବାର ଚୋରି କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଚୋର ଗ୍ୟାଙ୍ଗ । ଏପଟେ କିନ୍ତୁ ପୋଲିସ କହୁଛି, ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)