• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ

  • ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ । ଶୀତ ଲହରୀ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ରାଜ୍ୟରେ ଶୀତ ବଢ଼ିବ ବୋଲି କୁହାଯାଉଛି। ୨/୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା କମିବ । ଏହାସହ ଶୀତ ଲହରୀ ନେଇ ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି। ଏହାସହ ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳକୁ ,ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି।

ତେବେ ଜାଡ଼ରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ପାରଦ ତଳମୁହାଁ ହୋଇଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ସହ ଶୀତ ଅନୁଭୂତ ହେବ । ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବାର ସମ୍ଭାବନା ରହିଛି । ଗତକାଲି ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହରର ରେକର୍ଡ଼ କରିଥିଲା। ଗତକାଲି ତଳମୁହାଁ ପାରଦ ସାଙ୍ଗକୁ ୯ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ରହିଥିଲା ରାତି ତାପମାତ୍ରା ।

୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ରେକର୍ଡ ହୋଇଛି ୯ଡିଗ୍ରୀ । ସେହିପରି ରାଜଧାନୀ ଭୁବନେଶ୍ୱରରେ ୧୫.୧ ଡିଗ୍ରୀ ଓ କଟକରେ ୧୫ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା ରେକର୍ଡ ହୋଇଛି ।