• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ ବ୍ରାଉନ୍ ରାଇସ୍

  • ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ବ୍ରାଉନ୍ ରାଇସ୍

ଚାଉଳ ହେଉଛି ବହୁମୁଖୀ ଶସ୍ୟ ଯାହାକି ସାରା ବିଶ୍ୱର ଲୋକମାନେ ଖାଇଥାନ୍ତି । ବିଶେଷକରି ଚାଇନା, ଜାପାନ, ଭାରତ, ଇଣ୍ଡୋନେସିଆ ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ଏହା ଅନେକ ଲୋକଙ୍କ ପାଇଁ ଏକ ମୁଖ୍ୟ ଖାଦ୍ୟ ଭାବରେ କାର୍ଯ୍ୟ କରିଥାଏ । ଆମେ ଖାଦ୍ୟରେ ଧଳା ଚାଉଳ ବା ହ୍ୱାଇଟ୍ ରାଇସ୍ ଓ ବାଦାମୀ ରଙ୍ଗର ଚାଉଳ ବା ବ୍ରାଉନ ରାଇସ୍ ଖାଇଥାଉ । ବାସ୍ତବରେ, ବ୍ରାଉନ୍ ରାଇସର ନଡ଼ାକୁ ଅପସାରଣ କରାଯାଏ ନାହିଁ, ଯେଉଁ କାରଣରୁ ଏହାର ପୁଷ୍ଟିକର ଖାଦ୍ୟ ପୁରା ଶସ୍ୟ ପରି ରହିଥାଏ । ହ୍ୱାଇଟ୍ ରାଇସର ନଡାକୁ ବାହାର କରି ପ୍ରକ୍ରିୟାକରଣ କରାଯାଏ ଏବଂ ଧଳା ପଲିସ୍ ଯୁକ୍ତ କରାଯାଏ । ଏହି ପ୍ରକ୍ରିୟାକରଣ ସମୟରେ ଚାଉଳରେ ଥିବା ଅନେକ ପୋଷକ ତତ୍ତ୍ୱ କମିଯାଇଥାଏ ।

ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ନିୟନ୍ତ୍ରଣରେ ହୋଇନଥାଏ ବରଂ ଅନେକ ଫାଇଦା ମଧ୍ୟ ମିଳିଥାଏ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ବ୍ରାଉନ୍ ରାଇସ୍ କ’ଣ ଏବଂ ଏହା କିପରି ତିଆରି ହୋଇଥାଏ? ତେବେ ଚାଲନ୍ତୁ ଜାଣିବା ବ୍ରାଉନ୍ ରାଇସ୍ ବିଷୟରେ…

ହ୍ୱାଇଟ୍ ରାଇସ୍ ଏବଂ ବ୍ରାଉନ୍ ରାଇସ୍ ମଧ୍ୟରେ ଅନ୍ତର:

  • ବାସ୍ତବରେ, ବ୍ରାଉନ୍ ରାଇସର ନଡ଼ାକୁ ଅପସାରଣ କରାଯାଏ ନାହିଁ, ଯେଉଁ କାରଣରୁ ଏହାର ପୁଷ୍ଟିକର ଖାଦ୍ୟ ପୁରା ଶସ୍ୟ ପରି ରହିଥାଏ ।
  • ହ୍ୱାଇଟ୍ ରାଇସର ନଡାକୁ ବାହାର କରି ପ୍ରକ୍ରିୟାକରଣ କରାଯାଏ ଏବଂ ଧଳା ପଲିସ୍ ଯୁକ୍ତ କରାଯାଏ । ଏହି ପ୍ରକ୍ରିୟାକରଣ ସମୟରେ ଚାଉଳରେ ଥିବା ଅନେକ ପୋଷକ ତତ୍ତ୍ୱ କମିଯାଇଥାଏ ।
White Rice and Brown riceWhite Rice and Brown rice
  • ବ୍ରାଉନ୍ ରାଇସକୁ ଏହାର ସ୍ୱାଦ, ରାନ୍ଧିବା ପାଇଁ ଦୀର୍ଘ ସମୟ ନେବା ଏବଂ ଅଧିକ ସମୟ ପର୍ଯ୍ୟନ୍ତ ନରହିବା କାରଣରୁ ଭାରତର ଲୋକମାନେ ପସନ୍ଦ କରନ୍ତି ନାହିଁ ।
  • ବର୍ତ୍ତମାନ ଉନ୍ନତ ଜ୍ଞାନକୌଶଳ ସାହାଯ୍ୟରେ ବ୍ରାଉନ୍ ରାଇସକୁ ଅଧିକ ସମୟ ରଖାଯାଇପାରିବ । ଏହାର ସ୍ୱାଦକୁ ମଧ୍ୟ ଅନେକ ଲୋକ ପସନ୍ଦ କରିବାକୁ ଲାଗିଲେଣି ।

ବ୍ରାଉନରାଇସ୍ ଖାଇବାର ଫାଇଦା:

  • ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ ।
  • ହାଡରେ ମ୍ୟାଗ୍ନେସିୟମର ଅଭାବ ପୂର୍ଣ୍ଣ କରିଥାଏ ।
  • ପେଟ ଜନିତ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।
  • କମ୍ ଜିଆଇ ଯୋଗୁଁ ପେଟ ପୂର୍ଣ୍ଣ ଅନୁଭବ କରିଥାଏ ।
  • ଆଣ୍ଟିଅକ୍ସିଡାଣ୍ଟ ଚାପ ଏବଂ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।
 Brown rice Brown rice