• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ନ୍ୟାୟ ପାଇବେ କି ତପସ୍ୱିନୀ ? ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି । ଆଉ ମିଡିଆ ସାମ୍ନାକୁ ସବୁ ସାହସର ସହ ସାମ୍ନା କରୁଛନ୍ତି ତପସ୍ୱିନୀ । ସ୍ତ୍ରୀ ସତ କହୁଛି ନା ସ୍ୱାମୀ ? ଜନସାଧାରଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଗଲେଣି । କାଲିର ତପସ୍ୱିନୀଙ୍କ ଭିଡିଓ ଭାଇରାଲ ହେବା ପରେ ଘରୋଇ କଳି ମାମଲାରେ ନୂଆ ଟ୍ୱିଷ୍ଟ ଆଣିଛି । 

ଦାମ୍ପତ୍ୟ କଳି ଭିତରେ ଗତକାଲି ସେମାନଙ୍କର ଏକ ଭାଇରାଲ୍ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଭିଡ଼ିଓରେ ତପସ୍ୱିନୀ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଶୁଣିବାକୁ ମିଳିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ତିକ୍ତତା ଏବଂ ଉଚ୍ଚବାଚ ବି ହେଉଥିଲା । ତେବେ ଏହି ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଥିଲେ ।

ଘଟଣାଟି ବର୍ଷେ ତଳର । ସୁମିତଙ୍କ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଏମ୍‌ବିବିଏସ୍ କୋର୍ସ ପାଇଁ ୮ ଲକ୍ଷ ଦେବାକୁ ତାଙ୍କ ବାପାଙ୍କୁ ସୁମିତଙ୍କ ବାପା କହିଥିଲେ । ଆଉ ଗାଈ ବିକି ସୁମିତଙ୍କ ପରିବାରକୁ ତାଙ୍କ ବାପା ୮ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ଡିଭୋର୍ସ ପାଇଁ ଯୋଜନା କରିଥିଲେ । ତେଣୁ ସେମାନେ ନେଇଥିବା ୮ ଲକ୍ଷ ଟଙ୍କା ପ୍ରଥମେ ଫେରାନ୍ତୁ ବୋଲି କହିଥିବା ନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଥିଲେ ।

ତେବେ ଗତକାଲିର ଭିଡିଓ ଭାଇରାଲ୍ ହେବା ପରେ ରାଗି ଯାଇଛନ୍ତି ତପସ୍ୱିନୀ । ତାଙ୍କ ନିକଟରେ ଥିବା ସୁମିତ ଫୋନ୍‌ରେ ମଧ୍ୟ ଅନେକ ଭିଡିଓ ଥିବା ଆଜି ପ୍ରତିକ୍ରିୟାରେ କହିଛନ୍ତି । କେତେ ଚାଟିଂ, କେତେ ଭିଡିଓ ମୋବାଇଲରେ ରହିଛି । ଘର ସାମ୍ନାରୁ ଉଠାଇବାକୁ ଷଡ଼ଯନ୍ତ୍ର ରଚୁଥିବା କଥା କହିଛନ୍ତି ତପସ୍ୱିନୀ । ଯେତେ ଚେଷ୍ଟା କଲେ କିମ୍ବା ଷଡ଼ଯନ୍ତ୍ର କଲେ ବି ଉଠିବିନି ବୋଲି ଦୃଢ଼ୋକ୍ତି କରିଛନ୍ତି । ସୁମିତ ବାରମ୍ବାର ମିଛ କହୁଛନ୍ତି ବୋଲି କହିଛନ୍ତି ।

୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବେନି ବୋଲି କହିଛନ୍ତି । ମୋର ଟଙ୍କା ପଇସା ଦରକାର ଥିଲେ ଦାଣ୍ଡରେ ଏକ ମାସ ଧରି କାହିଁକି ବସଥାଆନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଆଠ ଲକ୍ଷ ଟଙ୍କା ମୋ ବାପା ଜମି ଓ ଗାଇ ବିକି ସୁମିତଙ୍କ ପରିବାରକୁ ଦେଇଥିଲେ । ପୁଅ ଡାକ୍ତର ହୋଇଥିବାରୁ ହାଇଟେକ୍ କିମ୍ବା ସମ୍‌ରେ ଡାକ୍ତରୀ ପାଠ ପଢ଼ିବା ପାଇଁ କହିଥିଲେ ସୁମିତ୍‌ଙ୍କ ବାପା । ହେଲେ ପାଠ ପଢ଼ାଇବା କଥା ଦୂରର କଥା ପେଟର ପିଲାକୁ ବି ମେଡିସିନ୍‌ ଦେଇ ନଷ୍ଟ କରିଦେଲେ ।

ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍‌ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍‌ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି ସୁଦ୍ଧା ବୋହୂକୁ ଘରକୁ ନେଉନାହାନ୍ତି । ଆଜି ଫ୍ୟାମିଲି କୋର୍ଟରେ ଶୁଣାଣି ଥିବାବେଳେ କ’ଣ ରାୟ ଆସିବ ତାହା ଦେଖିବାକୁ ବାକି ରହିଲା ।