Advertisment

ଅନୁଭବଙ୍କ-ବର୍ଷାଙ୍କ କଳିରେ ଦୀପିକା କିଏ?

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ। ପୁରୁଣା ଭିଡ଼ିଓକୁ ସେୟାର କରି ଦୀପିକାଙ୍କୁ କଲେ ଟ୍ୟାଗ୍‌, ହେଲେ କାହିଁକି?

author-image
Sarbeswar
ଅଦ୍ୟତନ ହୋଇଛି
Anubhav Mohanty

Anubhav Mohanty

ଭୁବନେଶ୍ୱର: ଅନୁଭବ-ବର୍ଷାଙ୍କ କଳିରେ ପୁଣି ନୂଆ ଟ୍ୱିଷ୍ଟ। ଏଥର ତୃତୀୟ ବ୍ୟକ୍ତିଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ ଅନୁଭବ ନିଜ ଟ୍ୱିଟର ପେଜରେ ଏକ ସିସିଟିଭି ଫୁଟେଜ୍‌ ସେୟାର କରିଛନ୍ତି। ଏବଂ ସେହି ଭିଡ଼ିଓରେ ବର୍ଷା ପ୍ରିୟଦର୍ଶନୀ, ଅଶ୍ୱନୀ ଦୁବେ, ଦୀପିକା ଭରଦ୍ୱାଜ ଏବଂ ମେନ୍‌ସ ଡେ ଆଉଟ୍‌ ଇଣ୍ଡିଆକୁ ଟ୍ୟାଗ୍‌ କରିଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ୟାଗ୍‌ ହୋଇଥିବା ଦୀପିକା ଭରଦ୍ୱାଜ କିଏ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି। ଦୀପିକା କିଏ ଏବଂ ତାଙ୍କ ସହ ଅନୁଭବଙ୍କ ସମ୍ପର୍କ କଣ? କାହିଁକି ପୁରୁଣା ଭିଡ଼ିଓ ତାଙ୍କୁ ଟ୍ୟାଗ୍‌ କଲେ ଅନୁଭବ?

Advertisment

ଅନୁଭବ ସେୟାର କରିଥିବା ସିସିଟିଭି ଭିଡ଼ିଓରେ ବର୍ଷା-ଅନୁଭବ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଆଣି ତାଲା ଖୋଲୁଥିବା ଦେଖିବାକୁ ମିଳିଛି। ଏହାସହ ବର୍ଷା ବାହାରୁ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ବର୍ଷାଙ୍କ ସହ ଜଣେ ମହିଳା ମଧ୍ୟ ଉପସ୍ଥିତ ଅଛନ୍ତି।

Anubhav MohantyAnubhav Mohanty

କେବଳ ବର୍ଷାଙ୍କ ପାଖରେ ନୁହେଁ ବରଂ ଅନୁଭବଙ୍କ ପାଖରେ ମଧ୍ୟ ଜଣେ କେହି ଛିଡ଼ା ହୋଇଛନ୍ତି। କିନ୍ତୁ ତାଙ୍କର ମୁହଁ ସିସିଟିଭିରେ ସ୍ପଷ୍ଟ ଭାବରେ ଦେଖାଯାଉନାହିଁ। ଅନୁଭବ ବର୍ଷାଙ୍କୁ କହୁଛନ୍ତି, ଏହି ଚାବିରେ ଏହି ତାଲା ଖୋଲୁଛି। ଆପଣ ଆଖି ସାମ୍ନାରେ ଦେଖୁଛନ୍ତି। ପୁଣି କେମିତି କହୁଛନ୍ତି ବୋଲି ଅନୁଭବ କହୁଥିବା କିନ୍ତୁ ସ୍ପଷ୍ଟ ଭାବରେ ଶୁଣାଯାଉଛି। ଏହାସହ ଅନୁଭବ କହୁଛନ୍ତି, ସନ୍ଧ୍ୟାରୁ ଘରକୁ ଯିବା ପାଇଁ ଅପେକ୍ଷା କରିଛି କିନ୍ତୁ ମୁଁ ନିଜ ଘରକୁ ବି ଯାଇପାରୁନି। ଘରେ ଗୋଟିଏ ଚାବି ରହୁ, ଆଉ ମୁଁ ଯେତେବେଳେ ଚାହିଁବି ଘରକୁ ଯାଇପାରିବି ବୋଲି ଅନୁଭବ କହୁଥିବାର ଶୁଣିବାକୁ ମିଳିଛି। ତେବେ ଏହି ଭିଡ଼ିଓଟି ପୂର୍ବ ବର୍ଷର ବୋଲି କୁହାଯାଉଛି।

Advertisment
MP Anubhav Mohanty
Advertisment
Advertisment