Advertisment

Relationship Tips: ଆପଣଙ୍କ ବୋହୂ କଥା ମାନୁନି କି… ଗ୍ରହଣ କରନ୍ତୁ ଏହି ୪ ଉପାୟ, ହେଇଯିବ ସମାଧାନ

ବେଳେବେଳେ ଶାଶୁ-ବୋହୂ ମତଭେଦ ଏମିତି ବଢିଯାଏ ଯେ ବୋହୂ ଶାଶୁଘରେ ରହିବାକୁ ପସନ୍ଦ କରେ ନାହିଁ। ଯଦି ଆପଣଙ୍କ ବୋହୂ ଶାଶୁ ଘରେ ରହିବାକୁ ଚାହୁଁ ନାହାଁନ୍ତି କିମ୍ବା ଶାଶୁ-ଶଶୁରଙ୍କ କଥା ମାନୁ ନାହାନ୍ତି, ତେବେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସମ୍ପର୍କକୁ ଭାଙ୍ଗିବା ଠାରୁ ରକ୍ଷା କରାଯାଇ ପାରିବ। ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Relationship Tips For Mother in law:

Relationship Tips For Mother in law:

ପରିବାରଟିଏ ଅଛି ମାନେ କଳି-ଝଗଡା ମଧ୍ୟ ଅଛି। କିଛି ଘଟଣାକୁ ନେଇ ଝଗଡା ହେବା ଏକ ସାଧାରଣ କଥା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ବ୍ୟତୀତ, ଶାଶୁ-ବୋହୂ କଳି ପ୍ରାୟ ସବୁ ଘରେ ଦେଖିବାକୁ ମିଳେ। ପ୍ରତ୍ୟେକ ଶାଶୁ ନିଜ ବୋହୂକୁ ପୁଅ ସହିତ ତାଙ୍କ ଅଧିକାର ଏବଂ ଦାୟିତ୍ୱକୁ ହସ୍ତାନ୍ତର କରନ୍ତି ଏବଂ ଆଶା କରନ୍ତି ଯେ ତାଙ୍କ ବୋହୂ ପରିବାରର ସମ୍ଭାଳୁ।

Advertisment

ଜଣେ ଶାଶୁ ମା’ ଭଳି ବୋହୂକୁ ଶିଖାଇବା ପାଇଁ ଓ ବୁଝାଇବା ପାଇଁ ଚେଷ୍ଟା କରନ୍ତି ଯେ ପରିବାରକୁ କିପରି ସମ୍ଭାଳିବାକୁ ହୁଏ। କିନ୍ତୁ ଅନେକ ସମୟରେ ବୋହୂ ଏହାକୁ ଶାଶୁ ଦବଦବା ବୋଲି ଭାବି ତାଙ୍କ କଥାକୁ ଅଣଦେଖା କରନ୍ତି। ଶାଶୁ ଅନୁଭବ କରନ୍ତି ଯେ ବୋହୂ ତାଙ୍କ କଥା ମାନୁ ନାହିଁ କିମ୍ବା ତାଙ୍କୁ ସମ୍ମାନ ଦେଉ ନାହିଁ। ଏଭଳି ପରିସ୍ଥିତିରେ ଶାଶୁ ଏବଂ ବୋହୂ ମଧ୍ୟରେ ଖେଟ୍‌ହେଟ୍ ହେବା ସ୍ୱାଭାବିକ କଥା।

ଅଧିକ ପଢ଼ନ୍ତୁ: Parenting Tips: ପାଠ ପଢ଼ିବା ବେଳେ ଆପଣଙ୍କ ପିଲାର ମନ ଲାଗୁନି କି… ମାନନ୍ତୁ ଏହି ଟିପ୍ସ, ହେଇଯିବ ସମାଧାନ

Advertisment

ବେଳେବେଳେ ଏହି ମତଭେଦ ଏମିତି ବଢିଯାଏ ଯେ ବୋହୂ ଶାଶୁ ଘରେ ରହିବାକୁ ପସନ୍ଦ କରେ ନାହିଁ। ଯଦି ଆପଣଙ୍କ ବୋହୂ ଶାଶୁ ଘରେ ରହିବାକୁ ଚାହୁଁ ନାହାଁନ୍ତି କିମ୍ବା ଶାଶୁ-ଶଶୁରଙ୍କ କଥା ମାନୁ ନାହାନ୍ତି, ତେବେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସମ୍ପର୍କକୁ ଭାଙ୍ଗିବା ଠାରୁ ରକ୍ଷା କରାଯାଇ ପାରିବ। ଆସନ୍ତୁ ଜାଣିବା।

ଏକାଠି ଆଲୋଚନା:

ଶାଶୁ ନିଜ ବୋହୂ ସହିତ ଖୋଲାଖୋଲି ଭାବେ କଥା ହେବା ଉଚିତ। ଏକାଠି ବସି ଆଲୋଚନା କଲେ ଭୁଲ ବୁଝାମଣାର ସମାଧାନ ହୋଇପାରେ। ବୋହୂର ରାଗ ଏବଂ ଜିଦଖୋର ମନୋଭାବର କାରଣ କ’ଣ ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ହୋଇପାରେ ଯେ ବୋହୂକୁ ଶିଖାଇ ଓ ବୁଝାଇବା ନେଇ ଆପଣ ଯେଉଁ ଉପାୟ ଗ୍ରହଣ କରୁଛନ୍ତି ତାହା ତାଙ୍କର ପସନ୍ଦ ନୁହେଁ। କିମ୍ବା ଆପଣଙ୍କ କଡା ନିୟମ ଯୋଗୁଁ ସେ ପରିବାରଠାରୁ ଅଲଗା ହେବା ଠିକ୍ ଭାବୁଥାଇ ପାରନ୍ତି।

ବୋହୂର ଦୃଷ୍ଟିକୋଣକୁ ବୁଝିବା:

ଆପଣଙ୍କ ବୋହୂର ଭିନ୍ନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଥାଇପାରେ। ବିଶେଷକରି ଯଦି ଆପଣଙ୍କ ବୋହୂ ପାଠସାଠ ପଢି ଚାକିରି କରିଥାଏ ତେଗେ ବିଚାରରେ ମତଭେଦ ହେବା ସ୍ୱାଭାବିକ। ଏପରି ପରିସ୍ଥିତିରେ, ବୋହୂ କଣ ଚାହୁଁଛନ୍ତି, ପରିବାର ଏବଂ ସମ୍ପର୍କକୁ ନେଇ ତାଙ୍କର ଦୃଷ୍ଟିକୋଣ କ’ଣ ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ତାଙ୍କ ବିଚାର ଓ ଜୀବନ ବଞ୍ଚିବାର ଉପାୟକୁ ମଧ୍ୟ ସମ୍ମାନ ଦେବା ଜରୁରୀ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

ବୋହୂକୁ ଝିଅ ପରି ଦେଖିବା:

ଜଣେ ଶାଶୁ ଭାବରେ ଆପଣ ଆଶା କରୁଥିବେ ଯେ ବୋହୂ ଆପଣଙ୍କୁ ନିଜ ମା’ ପରି ବ୍ୟବହାର କରୁ। ବିବାହ ପରେ, ବୋହୂର ପ୍ରାଥମିକତା ଆପଣ ପୁଅ ଏବଂ ଶାଶୁଘର ହେବା ଉଚିତ। ଏଥିପାଇଁ ଏହା ଜରୁରୀ ଯେ ଆପଣ ବୋହୂକୁ ନିଜ ଝିଅ ପରି ମାନନ୍ତୁ ଏବଂ ବ୍ୟବହାର କରନ୍ତୁ। ନିଜ ଝିଅ ପାଇଁ ଗୋଟିଏ ନିୟମ ଏବଂ ବୋହୂ ପାଇଁ ଆଉ ଗୋଟିଏ ନିୟମ ହେଲେ ମତଭେଦ ହେବା ସ୍ୱାଭାବିକ

ବୋହୂକୁ ନିଷ୍ପତ୍ତି ନେବା ଅଧିକାର:

ଅଧିକାଂଶ କ୍ଷେତ୍ରରେ, ବୋହୂ ସ୍ୱାଧୀନତା ଚାହୁଁଥିବାରୁ ଶାଶୁ ଘରେ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜ ସ୍ୱାମୀ, ପିଲା କିମ୍ବା ଘର ପାଇଁ ନିଜେ ନିଷ୍ପତ୍ତି ନେବାକୁ ଚାହାଁନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଶାଶୁ-ଶଶୁରଙ୍କ କାରଣରୁ ନିଷ୍ପତ୍ତି ନେବା ଅଧିକାର ପାଇବା ତାଙ୍କ ପାଇଁ କଷ୍ଟକର ହୋଇଯାଏ। ଏପରି ପରିସ୍ଥିତିରେ, ପରିବାର ସହ ଜଡିତ ମାମଲା ଉପରେ ବୋହୂକୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ। ସେମାନଙ୍କ ନିଷ୍ପତ୍ତିକୁ ସମର୍ଥନ ମଧ୍ୟ କରନ୍ତୁ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

In Law Relationship Tips Tips And Trick
Advertisment
Advertisment