• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ମୁଁ ଯଦି ପାଠ ପଢ଼ିନି, ମୋତେ ସୁମିତ କାହିଁକି ବିବାହ କଲେ । ମୋ ସହ ସମ୍ପର୍କ ରଖିଲେ, ମୋତେ ଧକ୍କା ମାରି ଘରୁ ବାହାର କରିଦେଲେ । ମୋ ପାଖରେ ସବୁ ପ୍ରମାଣ କରିଛି । ସୁମିତ୍‌ଙ୍କ ମୋ‍ବାଇଲ୍ ମୋ ପାଖରେ । ସେ କ’ଣ ଭିଡ଼ିଓ ଦେଖାଉଛନ୍ତି, ମୋ ପାଖରେ ଅନେକ ଭିଡିଓ ଅଛି । ଗତକାଲି ଅଡିଓରେ ସୁମିତ ତପସ୍ୱିନୀଙ୍କ ପାଠପଢ଼ାକୁ ନେଇ ପ୍ରଶ୍ନ କରିବା ପରେ ଆଜି ସେ ଉତ୍ତର ରଖିଛନ୍ତି ।

ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ । ଆଉ ସେହି ସମୟରେ ଆଉ ଜଣକୁ କେମିତି ବେଦୀରେ ବସି ବିବାହ କରିବ ବୋଲି କହିଥିଲି । ଗୋଟିଏ ସ୍ତ୍ରୀ କେମିତି ସ୍ୱାମୀର ବାହାଘର ଦେଖିପାରିବ ।

ତପସ୍ୱିନୀଙ୍କ ହାତରେ ଥିବା ମୋବାଇଲ୍ ସୁମିତଙ୍କର ବୋଲି ସେ କହିଛନ୍ତି । କାହା ସହ ଚାର୍ଟ କରୁଥିଲେ, କାହା ସହ କଥା ହେଉଥିଲେ ସବୁ ପ୍ରମାଣ ରହିଛି । ସେ ପୂର୍ବରୁ କ’ଣ ଚାହୁଁଥିଲେ । ହେଲେ କୋର୍ଟରେ ଦେଖାଇବା ପାଇଁ ଏବେ ସୁଦ୍ଧା ସବୁ କିଛି ମିଡିଆ ଆଗରେ କହିହେବ ନାହିଁ । ଦିନ ଆସିବ ସତ୍ୟର ଜୟ ହେବ ।

ମୋର ଟଙ୍କା ପଇସା ଦରକାର ଥିଲେ ଦାଣ୍ଡରେ ଏକ ମାସ ଧରି କାହିଁକି ବସଥାଆନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଆଠ ଲକ୍ଷ ଟଙ୍କା ମୋ ବାପା ଜମି ଓ ଗାଇ ବିକି ସୁମିତଙ୍କ ପରିବାରକୁ ଦେଇଥିଲେ । ପୁଅ ଡାକ୍ତର ହୋଇଥିବାରୁ ହାଇଟେକ୍ କିମ୍ବା ସମ୍‌ରେ ଡାକ୍ତରୀ ପାଠ ପଢ଼ିବା ପାଇଁ କହିଥିଲେ ସୁମିତ୍‌ଙ୍କ ବାପା ।

ସେପଟେ ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ କଳହ ମାମଲାରେ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି । ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଗତକାଲି ତପସ୍ୱିନୀ ସେଠାରେ ହିଁ ରୋଷେଇବାସ ଆରମ୍ଭ କରିଛନ୍ତି । କୋର୍ଟରେ ମାମଲା ଚାଲିଥିବାରୁ ଏହି ସମୟରେ ତାଙ୍କ ପାଖରେ ରହିବାକୁ କୌଣସି ସ୍ଥାନ ନାହିଁ । ତେଣୁ ନିଜ ଅଧିକାର ନପାଇବା ପର୍ଯ୍ୟନ୍ତ ସେଠାରେ ହିଁ କାଠ ଚୁଲି ଜାଳି ରୋଷେଇ କରି ଖାଇବେ ଏବଂ ବାହାରେ ହିଁ ବସିରହିବେ ବୋଲି ତପସ୍ୱିନୀ କହିଛନ୍ତି ।