• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମହାନଦୀ ଉପରେ ହୋଇଥିବା ସେତୁକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

  • ଗସ୍ତ ପୂର୍ବରୁ କଂଗ୍ରେସର ପୂର୍ବତନ ବିଧାୟକଙ୍କୁ ଉଠାଇ ନେଲା ପୋଲିସ

  • ଶତାଧିକ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସମେତ ଅନେକ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ଆଣିଛି। କଟକଜିଲ୍ଲାର ବଡ଼ମ୍ବା ଗୋପୀନାଥପୁର ଠାରୁ ବାଙ୍କି ବୈଦେଶ୍ୱର ପର୍ଯ୍ୟନ୍ତ ମହାନଦୀ ଉପରେ ର୍ନିମାଣ ହୋଇଥିବା ସେତୁକୁ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Also Read

ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମନ୍ତ୍ରୀମାନେ ବାଙ୍କୀ ଆସୁଥିବାରୁ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ରାସ୍ତାରେ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବାକୁ ଯାଉଥିବା ବେଳେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀଙ୍କୁ ବାଙ୍କୀ ପୋଲିସ ଉଠାଇ ଆଣିଛି।

ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ବିଜେପି କର୍ମୀମାନେ କଳାପତାକା ଦେଖାଇବା ପୂର୍ବରୁ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମେତ ଶତାଧିକ ବିଜେପି କର୍ମୀଙ୍କୁ ବିଜେପି ପାର୍ଟି ଅଫିସରୁ ଉଠାଇ ଆଣିଛି।