Advertisment

ମୋବାଇଲରେ ଅଛି ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ : କୋର୍ଟରେ ଦାଖଲ କରାଯିବ ସ୍ମାର୍ଟ ଫୋନ୍‌ !!

ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍‌ କିମ୍ବା ହାଇଟେକ୍‌ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Pramila

Pramila

ବ୍ରହ୍ମପୁର: ଥମିବାରେ ନା ନେଉନାହିଁ ତପସ୍ୱିନୀ ଓ ସୁମିତଙ୍କ କଳି। ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କହିଛନ୍ତି, ଏ ମୋବାଇରେ ସବୁ ସତ ଲୁଚିକି ଅଛି। ମୋବାଇଲ ଖୋଲିଲେ ସବୁ ସତ କଥା ସାମ୍ନାକୁ ଆସିବ। କେବଳ ଏତିକି ନୁହେଁ ଭ୍ରୁଣ ହତ୍ୟାର ପୂରା ଭିଡ଼ିଓ ଏହି ମୋବାଇଲରେ ଅଛି ବୋଲି ପ୍ରମିଳା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଝିଅ ତ ଚେତାରେ ନଥିଲା ତେବେ ଭିଡ଼ିଓ କଲା କିଏ?

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ଭିଡ଼ିଓ ସବୁ ଝିଅ ପାଖକୁ ଆସିଲା କେମିତି? ଏ ଭିଡ଼ିଓ ଝିଅକୁ ଦେଲା କିଏ? ତାହା ତଦନ୍ତ ସାପେକ୍ଷ ବୋଲି ପ୍ରମିଳା କହିଛନ୍ତି। ସେପଟେ ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍‌ କିମ୍ବା ହାଇଟେକ୍‌ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।

ତେବେ ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳି ଭିତରେ ଏକ ଭାଇରାଲ୍ ଭିଡ଼ିଓକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଭିଡ଼ିଓରେ ତପସ୍ୱିନୀ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ତିକ୍ତତା ଏବଂ ଉଚବାଚ ବି ହେଉଛି । ତେବେ ଏହି ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର । ସୁମିତଙ୍କ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ସେ ଯାହା ବି ହେଉ, ଆଜି କୋର୍ଟଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା ରହିଛି।

Advertisment
Odisha Tapaswini-Sumit Marital Discord
Advertisment
Advertisment