• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଞ୍ଜାମ( ସିଲୁ ବିଶ୍ୱାଳ) : ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ପ୍ରକାର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବି.ରଞ୍ଜନ ପ୍ରଧାନ । ଯଦିଓ ସେ ପୋଲିସ ବିଭାଗର ଜଣେ କର୍ମଚାରୀ କିନ୍ତୁ ଚାଷ ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା । ଏଥିଲାଗି ତ ନିଜ କର୍ତ୍ତବ୍ୟରୁ ଟିକେ ଫୁରସତ ମିଳିଲେ ଚାଷ ପ୍ରତି ଅନେକ ଗବେଷଣା କରିବା ସହ ଏବେ ପରିବାର ଲୋକଙ୍କ ସହ ହାତ ମିଳାଇ ଭଲ ଅମଳ କରି ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି ।

ଖଲ୍ଲିକୋଟ ବାହାଡାପଲ୍ଲୀରେ ଅଞ୍ଚଳର ବି.ରଞ୍ଜନ ପ୍ରଧାନ । ପେସାରେ ଜଣେ ପୋଲିସ୍ କର୍ମଚାରୀ ,ହେଲେ ନିଶା ତାଙ୍କର ବିଲରେ ହଳ ଲଙ୍ଗଳ ଧରି ଚାଷ କରିବା । କେତେବେଳେ ଗାଡ଼ି ଚଲାନ୍ତି ତ ପୁଣି କେବେ ବନ୍ଧୁକ ଧରି ଆଇନ ଶୃଙ୍ଖଳା ରକ୍ଷା କରନ୍ତି । ଚଷା ଘରର ପୁଅ, ଚାଷବାସରୁ ହିଁ ଘର ଚଳେ । ଆଉ ଏବେ ସେ ଚାଷ କାମରେ ଏମିତି କିଛି ସଫଳତା ପାଇଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ବାହାର ରାଜ୍ୟରୁ ବିଦେଶୀ ବିହନ ଆଣି ସେ ଫଳାଇଛନ୍ତି ଭିନ୍ନ ପ୍ରକାର ଫଳ । ଦେଖିବାକୁ ବରକୋଳି ଭଳି, ଏହାକୁ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ କୁହାଯାଏ ବୋଲି କୁହାଯାଏ । ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ଏହି ନୂଆ ଭେରାଇଟିର ଫଳ ଚାଷ କରି ସଫଳ ହୋଇଛନ୍ତି ।

ଚାରି ପ୍ରାଣୀକୁ ନେଇ ରଞ୍ଜନଙ୍କ ପରିବାର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବା ବେଳେ ଅନେକ ସମୟରେ ଅମଳ ସମୟରେ ଦାଉ ସାଧିବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦିଏ ପ୍ରକୃତି । ଏପରିକି କରୋନା ମହାମାରୀ ସମୟରେ ବାପା ଭାଇଙ୍କ ବେଉସା ଛଡାଇ ନେଇଥିବା ବେଳେ ପୁଣି ଥରେ ନିଜସ୍ୱ ଉଦ୍ୟମରେ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇଛନ୍ତି ରଞ୍ଜନ । ଥଣ୍ଡା ପାଗ ଥିବା ଜାଗାରେ ଏହି ଅମଳ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ର ମଧ୍ୟ ଏହି ଅମଳ କରି ସୁଫଳ ହୋଇଛନ୍ତି ରଞ୍ଜନ । ଏହି ଅମଳ କରି ସଫଳ ହୋଇଛନ୍ତି ରଞ୍ଜନ । ଆଗାମୀ ଦିନରେ ଆବଶ୍ୟକତା ମୁତାବକ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଉଦ୍ୟାନ ଉପ ନିବନ୍ଧକ ।