/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640001580.jpg)
The importance of education in the moral and intellectual development of children
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲି ୟୁନିଟ୍ ୮ ସ୍ଥିତ ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍ବି (spellBee) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ୍ ୟୁନିଭର୍ସିଟିର ପ୍ରଫେସର ଡା. ଶିବ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲ ପ୍ରିନ୍ସପାଲ ଶରଣୀ ପଙ୍ଗୁରୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର ନୈତିକ ଓ ବୌଦ୍ଧିକ ବିକାଶରେ ଶିକ୍ଷାର ମହତ୍ୱ କିପରି ହୋଇପାରିବ ତାହା ପିଲାମାନଙ୍କୁ ବୁଝାଇଥିଲେ।
ସେହିପରି ବିଦ୍ୟାଳୟ ଅଧ୍ୟକ୍ଷା ଟି ଶ୍ରୀଦେବୀ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ସ୍ପେଲ୍ବି ପରି କାର୍ଯ୍ୟକ୍ରମ ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏକ ପୃଷ୍ଠଭୂମି ।
ପିଲାମାନଙ୍କ ନୈତିକ ଓ ବୌଦ୍ଧିକ ବିକାଶରେ ଶିକ୍ଷାର ମହତ୍ୱବିଗତ ୨ ବର୍ଷ ଧରି କୋଭିଡ୍-୧୯ର ପ୍ରଭାବରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଉପସ୍ଥାପନା ସମ୍ପୂର୍ଣ୍ଣଭାବେ କରିପାରୁ ନାହାନ୍ତି । ତେଣୁ ଏପରି ଏକ କାର୍ଯ୍ୟକ୍ରମର ସୁଯୋଗ ପାଇ ପିଲାମାନେ ବେଶ ଉତ୍ସାହିତ ଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସହ ସ୍କୁଲ୍ରେ ହୋଇଥିବା କିଛି ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲ୍ର ଡିଜିଏମ୍ ଶ୍ରୀନିବାସ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଜ୍ଞା ରାୟ ଓ ସୋନିଆ ଚୌଧୁରୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୋନିକା ଟୋନଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)