• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ଘଟଣା

  • ନ୍ୟାୟ ପାଇଁ ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ

ଢ଼େଙ୍କାନାଳ (ରାଜଶ୍ରୀ ସତପଥୀ): ସ୍ୱାମୀ ଦୁଆରେ ସ୍ତ୍ରୀ । ଆଉ ଜଣେ ତପସ୍ୱିନୀ । ବିବାହର ଏତେ ବର୍ଷ ପରେ ବି ସ୍ତ୍ରୀକୁ ଘରେ ପୂରାଇ ଦେଉନି ସ୍ୱାମୀ । ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ୨୫ ବର୍ଷର ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା ।

ମାଧବୀଙ୍କ ଅଭିଯୋଗ ଅନୁସାରେ ୧୯୯୫ ମସିହାରେ ମହେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ । ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହେନ୍ଦ୍ର ତାଙ୍କୁ ମାଡମାରି ଘରୁ ତଡି ଦେଇଥିଲେ । ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ୱଶୁର ଘରେ ରହିଥିଲେ । ହେଲେ ମାଧବୀଙ୍କୁ ତାଙ୍କ ନଣନ୍ଦ ଦିଅର ଓ ଶ୍ୱଶୁର ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ । ମାଧବୀ ବଲାଙ୍ଗିରରେ ରହୁଥିବା ଅବସ୍ଥାରେ ମହେନ୍ଦ୍ର ତାଙ୍କ ସହ ଫୋନ ମାଧ୍ୟମରେ ତ ଆଉ କେତେବେଳେ ବଲାଙ୍ଗୀର ଯାଇ ଯୋଗାଯୋଗ ରଖୁଥିଲେ ବୋଲି ମାଧବୀ କହିଛନ୍ତି ।

ମହେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ପରେ ସେ ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ମାତ୍ର ଏଥିରେ ବିଳମ୍ବ ହେବାରୁ ମାଧବୀ ଆଜି ଢେଙ୍କାନାଳ ସ୍ଥିତ ସ୍ୱାମୀଙ୍କ ଘର ଆଗରେ ନିଜର ହକ ପାଇଁ ଧାରଣାରେ ବସିଛନ୍ତି । ଏଠି ପହଞ୍ଚିବା ପରେ ମହେନ୍ଦ୍ର ତାଙ୍କୁ ଘରେ ପୂରାଇ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଟାଉନଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହିତ ଧାରଣାରୁ ଉଠିବାକୁ କହିଥିଲେ । ଟାଉନଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।