ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ମଧ୍ୟ ସାହାଯ୍ୟ କରିନଥିଲେ । କେବଳ ଏୟାର ଆସ୍ଥାନାର ନମ୍ବର ଦେବାପରେ ନିଜ ଉପରୁ ଦାୟିତ୍ୱ ହଟାଇ ନେଇଥିଲେ । ଆହତଙ୍କ ସାଥୀରେ ଯିବାପାଇଁ ମଧ୍ୟ କେହି ବାହାରିନଥିଲେ । ଜଣେ ମଣିଷ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଚୁପ ବସିଯାଇଥିଲେ ଅଧିକାରୀ । ଅନ୍ୟପଟେ ଭାଷା ପ୍ରତିବନ୍ଧକ ସମସ୍ୟାକୁ ଆହୁରି ଜଟିଳ କରିଦେଇଥିଲା ।
ଆଜିଠୁ ଉଡ଼ିବ ଆମ୍ବୁଲାନ୍ସ । ୪ଟି ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଡାକ୍ତରୀ ଟିମ୍ ଏୟାର ଆମ୍ବୁଲାନ୍ସରେ ଯାଇ ଜଟିଳ ରୋଗରେ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇବେ ।