• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ଘରେ ବନାନ୍ତୁ 'ଚାଉଳ ରସଗୋଲା'

ଆମ ଓଡ଼ିଆ ବାର ମାସରେ ତେର ପର୍ବ । ପର୍ବପର୍ବାଣୀରେ ଆମ ଘର ମାନଙ୍କରେ ଅନେକ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଓଡ଼ିଶାର ପାରମ୍ପରିକ ମିଠା ରେସିପି ରସଗୋଲା ପ୍ରାୟତଃ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ଆପଣ ଆଗରୁ ରସଗୋଲାର ରେସିପି ବନେଇ ଖାଇଥିବେ । ହେଲେ ଆଜି ଆମେ ଆପଣଙ୍କୁ ରସଗୋଲାର ଏକ ନିଆରା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଚାଉଳ ‘ରସଗୋଲା‘ ।

ଚାଉଳ ରସଗୋଲା ବନେଇବା ପାଇଁ ସାମଗ୍ରୀ:

ସିଝା ଅରୁଆ ଚାଉଳ, ଆରାରୋଟ ପାଉଡର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି ।

ପ୍ରସ୍ତୁତି ପ୍ରଣାଳୀ:

  • ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ବାଟି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ।
  • ଏହାପରେ ସେଥିରେ ମଇଦା, ଆରାରୋଟ୍‌ ପାଉଡର ଓ ମିଲ୍କ ପାଉଡର ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ।
  • ଏହାପରେ ଆମେ ସିରା ପ୍ରସ୍ତୁତ କରିବା
  • ସିରା ପ୍ରସ୍ତୁତ ପାଇଁ ଏକ କଡେଇରେ ଚିନି ଏବଂ ପାଣି ମିଶାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ସିରା ଟିକେ ବହଳିଆ ହୋଇଗଲେ ସେଥିରେ ପ୍ରସ୍ତୁତ ହୋଇଥିବା ଗୁଳାଗୁଡ଼ିକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ସିଝାନ୍ତୁ ।
  • ଏହାପରେ ଏହାକୁ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ସେଥିରେ
  • ଏହାପରେ ଏହାକୁ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ସେଥିରେ କେଶର ଏବଂ ଅଳେଇଚ ଗୁଣ୍ଡ ପକାଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚାଉଳ ରସଗୋଲା’। ଏହି ମିଠାର ରେସିପି ପ୍ରସ୍ତୁତ କରି ଘରେ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

    ରୋଷେଇ ଟିପସ୍:

    ଏହି ମିଠାର ରେସିପିକୁ ଫ୍ରୀଜରେ ଏୟାର ଟାଇଟ୍ ବକ୍ସରେ ବହୁ ଦିନ ପର୍ଯ୍ୟନ୍ତ ରଖି ପାରିବେ । ଘରକୁ କୁଣିଆ ଆସିଲେ ଏହି ମିଠାର ରେସିପି ପରଷି ପାରିବେ ।